ସାଓମୀ ଓ ସ୍ୟାମ୍‌ସଙ୍ଗ୍‌କୁ ଟକ୍କର ଦେବ ନୋକିଆର ଏହି ଦମ୍‌ଦାର୍‌ ସ୍ମାର୍ଟ୍‌ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ସାଓମୀ ଓ ସ୍ୟାମ୍‌ସଙ୍ଗ୍‌କୁ ଟକ୍କର ଦେବ ନୋକିଆର ଏହି ଦମ୍‌ଦାର୍‌ ସ୍ମାର୍ଟ୍‌ଫୋନ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ନୋକିଆ ପୁଣିଥରେ ମୋବାଇଲ୍‌ ମାର୍କେଟ୍‌ରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛି। ଅନ୍ୟ ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀଗୁଡ଼ିକୁ ଟକ୍କର ଦେବାକୁ ନୋକିଆ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ଦମ୍‌ଦାର ଫିଚର୍‌ଯୁକ୍ତ ଫୋନ୍‌ ବଜାରକୁ ଛାଡ଼ୁଛି।

 

ନିକଟରେ ୩ଟି ଦମ୍‌ଦାର ଫୋନ୍‌ ବଜାରକୁ ଛାଡ଼ିବା ପରେ ଅଗଷ୍ଟ ୨୧ ତାରିଖରେ ଆଉ ଏକ ସ୍ମାର୍ଟପୋନ୍‌ ବଜାରକୁ ଛାଡ଼ିବାକୁ ଯୋଜନା କରୁଛି ନୋକିଆ।

ଏହି ସ୍ମାର୍ଟ ଫୋନ୍‌ ଟି ହେଲା Nokia6.1 Plus । ଅଗଷ୍ଟ ୨୧ ତାରିଖରେ ଭାରତରେ ଲଞ୍ଚ୍‌ ହେବାକୁ ଥିବା ଏହି ଫୋନ୍‌ରେ 4GB ରାମ୍‌ ଓ 64GB ଷ୍ଟୋରେଜ୍‌ର ସୁବିଧା ଦିଆଯାଇଛି। ଅବଶ୍ୟକ ପଡ଼ିଲେ ଗ୍ରାହକ ଏଥିରେ ମେମୋରୀ କାର୍ଡ ମଧ୍ୟ ବ୍ୟବହାର କରି ଷ୍ଟୋରେଜ୍‌ ସିଷ୍ଟମ୍‌କୁ ଅଧିକ ବଢ଼ାଇ ପାରିବେ।

ଏଥିରେ ଆଉ କେଉଁସବୁ ସୁବିଧା ରହିଛି ଆସନ୍ତୁ ଜାଣିବା:

Nokia6.1 Plus ରେ ୫.୮ ଇଞ୍ଚ୍‌ର ଆଇପିଏସ୍‌ ଏଲ୍‌ସିଡି ସ୍କ୍ରିନ୍‌ ଦିଆଯାଇଛି। ଯାହାର ଏସ୍‌ପେକ୍ଟ ରେଶିଓ ୧୯:୯ ରହିବ। ଏଥିସହିତ କ୍ୱାଲ୍‌କୋମ୍‌ ସ୍ନାପ୍‌ଡ୍ରାଗନ୍‌ ୬୩୬ Soc ସହିତ ଏଥିରେ Adreno 509 GPUର ସୁବିଧା ଦିଆଯାଇଛି। ଏହି ଫୋନ୍‌ଟି ଆଣ୍ଡ୍ରଏଡ୍‌ ୮.୧ ଓରିଓରେ କାମ କରିବ।


କ୍ୟାମେରା
 ଫଟୋଗ୍ରାଫି ପାଇଁ Nokia6.1 Plusରେ ଦୁଇଟି ରିୟର୍‌ କ୍ୟାମେରା ଦିଆଯାଇଛି। ଗୋଟିଏ ୧୬ ମେଗାପିକ୍ସେଲ୍‌ ଓ ଅନ୍ୟଟି ୫ ମେଗାପିକ୍ସେଲ୍‌। ସେଲ୍‌ଫି ପାଇଁ ମଧ୍ୟ ୧୬ ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି। ବ୍ୟାଟେରୀ ପାୱାର୍‌ ପାଇଁ ଏଥିରେ ୩,୦୬୦ mAh ବ୍ୟାଟେରୀ ଦିଆଯିବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ତେବେ ଭାରତରେ ଏହାର ମୂଲ୍ୟ କେତେ ରହିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ଗ୍ରାହକଙ୍କୁ ସୁହାଇଲା ଭଳି ମୂଲ୍ୟ ରହିବ ବୋଲି କୁହାଯାଉଛି।



from OdishaReporter https://ift.tt/2B9xzf2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages