ସାବଧାନ! ଅଧିକ ଗୁଡ଼ ଖାଇବା ଶରୀର ପ୍ରତି କ୍ଷତିକାରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ସାବଧାନ! ଅଧିକ ଗୁଡ଼ ଖାଇବା ଶରୀର ପ୍ରତି କ୍ଷତିକାରକ

guda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଡ଼ରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଅନେକ ଲୋକ ଗୁଡ଼ ଖାଇବାକୁ ପସନ୍ଦ କରନ୍ତି। ବିଶେଷ କରି ଚକୁଳି ପିଠାରେ ପାଣି ଗୁଡ଼ ଖାଇବାକୁ ସେମାନେ ଭଲ ପାଆନ୍ତି। ଏହା ଶରୀରକୁ ଶକ୍ତି ଦେବା ସଙ୍ଗେ ସଙ୍ଗେ ମେଟାବଲିଜିମ୍‌କୁ ମଜବୁତ୍‌ କରିଥାଏ। ଆୟୁର୍ବେଦରେ ଅନେକ ରୋଗର ଚିକିତ୍ସା ପାଇଁ ବର୍ଷ ବର୍ଷ ଧରି ଗୁଡ଼ର ବ୍ୟବହାର କରାଯାଉଛି। ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥିବା ବେଳେ ଏହାର ମାତ୍ରାଧିକ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଅତ୍ୟଧିକ ଗୁଡ଼ ଖାଇଲେ ଶରୀରକୁ କେଉଁ ପ୍ରକାର କ୍ଷତି ପହଞ୍ଚିଥାଏ ଏବଂ କେଉଁ ଗୁଡ଼ ଖାଇବା ଉଚିତ୍ ନୁହେଁ। ସେହିପରି କେଉଁମାନେ ଗୁଡ଼ ନଖାଇବା ଭଲ, ସେ ବିଷୟରେ ବି ଜାଣିବା।

୧. ଓଜନ ବଢ଼େ
୧୦୦ ଗ୍ରାମ୍‌ରେ ଗୁଡ଼ରେ ପାଖାପାଖି ୩୮୫ କ୍ୟାଲୋରୀ ରହିଥାଏ। ଏଥିପାଇଁ ଯେଉଁମାନେ ଡାଏଟିଂ କରୁଛନ୍ତି, ସେମାନେ ଗୁଡ଼ ଖାଇବାଠାରୁ ଦୂରେଇ ରହିବା ଭଲ। କମ୍‌ ପରିମାଣରେ ଗୁଡ଼ ଖାଇଲେ ଶରୀରରେ କିଛି ପ୍ରଭାବ ପଡ଼ି ନଥାଏ। କିନ୍ତୁ ଯଦି ଆପଣ ନିୟମିତ ଭାବେ ଗୁଡ଼ ଖାଉଛନ୍ତି, ତେବେ ଆପଣଙ୍କ ଓଜନ ବଢ଼ିବାର ଆଶଙ୍କା ରହିଥାଏ।

୨. ସୁଗାରର ସ୍ତର ବଢ଼େ
ଗୁଡ଼ ଖାଇଲେ ବ୍ଲଡ୍‌ରେ ସୁଗାରର ସ୍ତର ବଢ଼ି ଯାଏ।  ଏହାର କାରଣ ୧୦ ଗ୍ରାମ୍‌ ଗୁଡ଼ରେ ପାଖାପାଖି ୯.୭ ଗ୍ରାମ୍‌ ସୁଗାର ରହିଥାଏ।

୩. ପାରାସିଟିକ୍‌ ଇନ୍‌ଫେକ୍‌ସନ୍‌
ଯଦି ଗୁଡ଼ ଭଲ ଏବଂ ସ୍ୱଚ୍ଛ ଭାବରେ ତିଆରି କରାଯାଇ ନଥାଏ, ତେବେ ଏହାକୁ ଖାଇଲେ ପେଟରେ କୃମି ହୋଇଥାଏ। ସାଧାରଣତଃ ଗାଁରେ ଗୁଡ଼ ଅସ୍ୱଚ୍ଛ ଭାବରେ ପ୍ରସ୍ତୁତ ହେଉଥିବାରୁ, ଏହାକୁ ଖାଇବା ଦ୍ୱାରା ଅନେକ ଲୋକ ସଂକ୍ରମଣର ଶିକାର ମଧ୍ୟ ହୋଇଥାଆନ୍ତି।

guda1

୪. ଖାଦ୍ୟ ହଜମ ହୁଏ ନାହିଁ
ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଥିବା ଗୁଡ଼ ଖାଇଲେ ଖାଦ୍ୟ ହଜମ ହୁଏ ନାହିଁ। ଏହା ଦ୍ୱାରା ପେଟ ଖରାପ ହୋଇଥାଏ।

୫. ନାକରୁ ରକ୍ତ ପଡ଼େ
ଖରା ଦିନେ ଗୁଡ଼ ଖାଇଲେ ନାକରୁ ରକ୍ତ ପଡ଼ିଥାଏ। ଏଥିପାଇଁ ଏହାକୁ କେବଳ ଶୀତ ଦିନରେ ହିଁ ଖାଇବା ଭଲ।

୬. ଶରୀର ଲାଲ୍‌ ପଡ଼ିଯାଏ
ଗୁଡ଼ରେ ଅଧିକ ମାତ୍ରାରେ ସୁଗାର୍‌ ରହିଥାଏ। ଯଦି ମଝିରେ ମଝିରେ ଆପଣଙ୍କ ଶରୀର କୁଣ୍ଡାଇ ହୁଏ ଓ ଲାଲ୍ ପଡ଼ିଯାଏ, ତେବେ ଗୁଡ଼ ଖାଆନ୍ତୁ ନାହିଁ। ଅନେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ, ଶରୀରରେ ଥିବା ସୁଗାର୍‌, ଓମେଗା-୩ ଫ୍ୟାଟି ଏସିଡ୍‌ ସହିତ ମିଶିଲେ ଏଭଳି ସମସ୍ୟା ଦେଖାଯାଏ।

ଏହା ବ୍ୟତୀତ ଆୟୁର୍ବେଦରେ କୁହାଯାଇଛି, ଗୁଡ଼କୁ କେବେ ମାଛ ସହିତ ଖାଆନ୍ତୁ ନାହିଁ। ଏହା ଯୋଗୁ ଶରୀରକୁ ଗୁରୁତର କ୍ଷତି ପହଞ୍ଚିଥାଏ।



from OdishaReporter https://ift.tt/2neN7UI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages