ପଥର ଖାଦାନ ବିସ୍ଫୋରଣରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: କୁର୍ଣ୍ଣୁଲ୍‌ ଗଲା ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ପଥର ଖାଦାନ ବିସ୍ଫୋରଣରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: କୁର୍ଣ୍ଣୁଲ୍‌ ଗଲା ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍

injuredperson

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍‌ରେ ଏକ ପଥର ଖାଦାନ ହୋଇଥିବା ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ଘଟିଥିଲା। ଆଜି ଭୀମ ନାହାକ(୫୬)ଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ।

ଓଡ଼ିଶାରୁ ଏକ ୨ ଜଣିଆ ଫ୍ୟାକ୍‌ ଫାଇଣ୍ଡିଂ ଟିମ୍‌କୁ କୁର୍ଣ୍ଣୁଲ୍‌ ପଠାଯାଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି। ଏହି ଟିମ୍‌ରେ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ଓ ଶ୍ରମ ଇନ୍‌ସପେକ୍ଚଟର୍‌ ଅଛନ୍ତି।

ବିସ୍ଫୋରଣରେ ଗୁରୁତର ହୋଇ କୁର୍ଣ୍ଣୁଲ୍‌ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬ ଆହତ ଶ୍ରମିକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି। ଆହତମାନେ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗୁଞ୍ଜର ଗାଁର ପାଣ୍ଡବ ନାହାକ, ବିଟନାବଳା ଗାଁର ରାମଚନ୍ଦ୍ର ଓ ରମ୍ଭା ଥାନା ଅଞ୍ଚଳର ରାଜେନ୍ଦ୍ର।

ବିସ୍ଫୋରଣରେ ମୋଟ ୧୫ଜଣଙ୍କ ମୃତ୍ୟୁ ଘଟଛି। ଏବେବି ୧୨ ଜଣ ନିଖୋଜ ଅଛନ୍ତି।  ଏହି ଘଟଣାରେ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନ୍ ଜାରି କରାଯାଇଛି। ସେ ଜଣେ ଟିଡିପି ନେତା ବୋଲି କୁହାଯାଉଛି।



from OdishaReporter https://ift.tt/2Ktk0Gu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages