ଦେଶ ପାଳୁଛି ୭୨ତମ ସ୍ୱାଧୀନତା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଦେଶ ପାଳୁଛି ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଦେଶବ୍ୟାପୀ ପାଳନ ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।

ସ୍ୱାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏଭଳି ନିର୍ଦ୍ଦେଶ ଜାରି କରିଥିଲେ। ସ୍ୱାଧୀନତା ଦିବସ ପରେଡ଼ରେ ଛାତ୍ରଛାତ୍ରୀଙ୍କୁ ଭାଗ ନେବାକୁ ବାରଣ କରାଯାଇଥିଲା। ଏନେଇ ସବୁ RDC ଓ ଜିଲ୍ଲାପାଳମାନଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା। ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡର ସନ୍ତୋଷ ବାଲା ଏହି ଚିଠି କରିଛନ୍ତି।

ପାଣିପାଗ ବିଭାଗ ସୂଚନାନୁସାରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବର୍ଷା, ବଜ୍ରପାତ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।  ପରେଡ଼ରେ କେବଳ ପୁଲିସ୍‌ ଓ ପାରାମିଲିଟାରୀ ଭାଗ ନେବେ।  ସାଂସ୍କୃତିକ, ଶାରୀରିକ କୌଶଳ ପ୍ରଦର୍ଶନ ବନ୍ଦ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।

 



from OdishaReporter https://ift.tt/2waozR3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages