ସାକାର ହେଲା ଅମୂଲ୍ୟ ପଟ୍ଟନାୟକ ଦେଖଥିବା ସ୍ୱପ୍ନ, ଦିଲ୍ଲୀର ରକ୍ଷା କବଚ ସାଜିବେ ୩୬ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

 ସାକାର ହେଲା ଅମୂଲ୍ୟ ପଟ୍ଟନାୟକ ଦେଖଥିବା ସ୍ୱପ୍ନ, ଦିଲ୍ଲୀର ରକ୍ଷା କବଚ ସାଜିବେ ୩୬ ମହିଳା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ କମିଶନର୍‌ ଅମୂଲ୍ୟ ପଟ୍ଟନାୟକ ସହରର ସୁରକ୍ଷା ପାଇଁ ଦେଖିଥିବା ସ୍ୱପ୍ନ ଶେଷରେ ସାକାର ହୋଇଛି।
 ଦେଶର ପ୍ରଥମ ସହର ଭାବେ ଦିଲ୍ଲୀ ପୁଲିସ୍‌ର ‘ସ୍ୱାଟ୍‌’ (ଏସ୍‌ଡବ୍ଲ୍ୟୁଏଟି) ଟିମ୍‌ ମହିଳାଙ୍କୁ ନେଇ ଗଠିତ ହୋଇଛି।
ଏହି ଟିମ୍‌ରେ ଉତ୍ତର ଭାରତର ୩୬ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ଏମାନେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ବେଳେ ପଣବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବେ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି ମହିଳା ‘ସ୍ୱାଟ୍‌’ ଟିମ୍‌କୁ ଦିଲ୍ଲୀ ପୁଲିସ୍‌ ଫୋର୍ସରେ ଅନ୍ତର୍ଭୁକ୍ତ କରିଛନ୍ତି।
ଏହି ୩୬ ଜଣ ମହିଳା କନଷ୍ଟେବଲଙ୍କୁ ଦେଶ ବିଦେଶର ବରିଷ୍ଠ ଅଧିକାରୀମାନେ ସ୍ୱତନ୍ତ୍ର ଭାବେ ତାଲିମ୍‌ ଦେଇଛନ୍ତି। ଦୀର୍ଘ ୧୫ ମାସର କଠିନ୍‌ ତାଲିମ୍‌ ପରେ ଏମାନଙ୍କୁ ସ୍ୱାଟ୍‌ ଟିମ୍‌ରେ ସାମିଲ କରାଯାଇଛି। ଏଭଳି ଏକ ମହିଳା ସ୍ୱାଟ୍‌ ଟିମ୍‌ ଗଠନ ପାଇଁ କମିଶନର୍‌ ଅମୂଲ୍ୟ ପଟ୍ଟନାୟକ ହିଁ ପ୍ରସ୍ତାବ ଦେଇଥିଲେ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ସହରାଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଓ ପଣବନ୍ଦୀ ସମସ୍ୟା ସୃଷ୍ଟି ହେଲେ ଏହି ମହିଳା ସ୍ୱାଟ୍‌ ଟିମ୍‌ ହିଁ ନିଜର ସାହସିକତା ପ୍ରଦର୍ଶନ କରିବେ। ଏହି ମହିଳା ଟିମ୍‌ ସେମାନଙ୍କ ପୁରୁଷ ପ୍ରତିପକ୍ଷ ଟିମ୍‌ଠାରୁ ଅଧିକ ଘାତକ। ଏମାନଙ୍କୁ ଝାରୋଡା କଲାନ୍‌ଠାରେ ଥିବା ପୁଲିସ୍‌ ଟ୍ରେନିଂ କ୍ୟାମ୍ପରେ କଠିନ ତାଲିମ୍‌ ଦିଆଯାଇଛି। ଏମାନେ ନିଶ୍ଚିତ ଭାବେ ନିଜର ପାରଙ୍ଗମତା ଦେଖାଇ ପାରିବେ ବୋଲି ସେ କହିଛନ୍ତି।

 

ଏହି ଟିମ୍‌ରେ ଆସାମର ସର୍ବାଧିକ ୧୩ ଜଣ ଏବଂ ଅରୁଣାଚଳପ୍ରଦେଶ, ସିକ୍କିମ୍‌ ଓ ମଣିପୁରରୁ ୫ ଜଣ ମହିଳା ଅଛନ୍ତି।


from OdishaReporter https://ift.tt/2OZ8TbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages