ଆଦିବାସୀ ସମାବେଶ ନାଁରେ କୋଟିଏ ଚଳୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଆଦିବାସୀ ସମାବେଶ ନାଁରେ କୋଟିଏ ଚଳୁ

ବିଜେଡିର ଆଦିବାସୀ ସମାବେଶ ନାଁରେ ବାବୁ କୁଆଡ଼େ ୨ଟି ଖଣି ସମୃଦ୍ଧ ଜିଲ୍ଲାରୁ ଏହି ପାଣ୍ଠି ସଂଗ୍ରହ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ସମାବେଶ ପାଇଁ ଦଳ ପକ୍ଷରୁ କୁଆଡ଼େ ୨୦ ଲକ୍ଷ ଟଙ୍କା ବରାଦ ହୋଇଥିଲା। ଏତିକି ଅର୍ଥରେ କୁଆଡ଼େ ସମାବେଶ ଖର୍ଚ୍ଚ ସୁରୁଖୁରୁରେ ହୋଇଛି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଆଦିବାସୀ ଦିବସରେ ବିଜେଡି ପକ୍ଷରୁ ଆୟୋଜିତ ଆଦିବାସୀ ସମାବେଶ କୁଆଡ଼େ ଜଣେ ବିଜେଡି ନେତାଙ୍କୁ ମାଲେମାଲ୍ କରିଦେଇଛି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ମନ୍ତ୍ରୀ ପଦ ଯିବା ପରେ ମୋଟା ଅଙ୍କର ପାଣ୍ଠି ଯୋଗାଡ଼ କରିବା ପାଇଁ କୁଆଡ଼େ ଏହି ନେତାଙ୍କ ପାଖରେ ସେଭଳି ସୁଯୋଗ ଆସିନଥିଲା।

କିନ୍ତୁ ଦଳ ପକ୍ଷରୁ ଆଦିବାସୀ ସମାବେଶ କରାଯିବା ଆଳରେ ସିଏ କୁଆଡ଼େ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହୋଇଛନ୍ତି। ଯେଉଁମାନଙ୍କଠୁ ବିଜେଡିର ଆଦିବାସୀ ସମାବେଶ ପାଇଁ ପାଣ୍ଠି ଅଣାଯାଇଥିଲା ସେମାନଙ୍କ ମଧ୍ୟରୁ ୨-୩ ଜଣ କୁଆଡ଼େ ଦଳର ଅନ୍ୟ ନେତାମାନଙ୍କ ପାଖରେ ମୁହଁ ଖୋଲିବା ପରେ ଏହି ପୂର୍ବତନ ମନ୍ତ୍ରୀଙ୍କ ପାଣ୍ଠି ସଂଗ୍ରହ କଥା ପଦାକୁ ଆସିଛି।

ଚର୍ଚ୍ଚା ହେଉଛି, ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ମନ୍ତ୍ରୀ ହୋଇଥିବା ଏହି ନେତା ଜଣକ, ଗତ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେଲା ଆଉ ମନ୍ତ୍ରୀ ନାହାନ୍ତି। ମନ୍ତ୍ରୀ ଥିବାବେଳେ ଯେଉଁ ସବୁ ସଂସ୍ଥା ଅବା ଲୋକମାନେ ପାଣ୍ଠି ଦେଉଥିଲେ, ତାହା ପ୍ରାୟତଃ ବନ୍ଦ ହୋଇଯାଇଥିଲା।

ତେଣୁ ବିଜେଡିର ଆଦିବାସୀ ସମାବେଶ ନାଁରେ ବାବୁ କୁଆଡ଼େ ୨ଟି ଖଣି ସମୃଦ୍ଧ ଜିଲ୍ଲାରୁ ଏହି ପାଣ୍ଠି ସଂଗ୍ରହ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ସମାବେଶ ପାଇଁ ଦଳ ପକ୍ଷରୁ କୁଆଡ଼େ ୨୦ ଲକ୍ଷ ଟଙ୍କା ବରାଦ ହୋଇଥିଲା। ଏତିକି ଅର୍ଥରେ କୁଆଡ଼େ ସମାବେଶ ଖର୍ଚ୍ଚ ସୁରୁଖୁରୁରେ ହୋଇଛି।

ପ୍ରାୟ ୧୦ରୁ ୧୨ ହଜାର ଆଦିବାସୀ ମଧ୍ୟ ଏହି ସମାବେଶରେ ସାମିଲ ହୋଇଥିଲେ। ଚର୍ଚ୍ଚା ହେଉଛି, ଏହି ସମାବେଶ ନାଁରେ ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀ କୁଆଡ଼େ ଯେତିକି ପାଣ୍ଠି ସଂଗ୍ରହ କରିଛନ୍ତି ତାକୁ ନିଜେ ଉଦରସ୍ଥ କରିଛନ୍ତି। ଯେଉଁଥିପାଇଁ କୁଆଡ଼େ ଏବେ କଥାଟା ପଦାକୁ ଆସିଛି।



from Odisha Reporter https://ift.tt/2w5VN4Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages