‘ସମଦୂରତା ପାଲଟିଛି ସମବୁଝାମଣା; ବିଜେପିର ମିଶନ୍-୧୨୦ ମିଶନ୍-୪୨୦ରେ ପରିଣତ ହୋଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

‘ସମଦୂରତା ପାଲଟିଛି ସମବୁଝାମଣା; ବିଜେପିର ମିଶନ୍-୧୨୦ ମିଶନ୍-୪୨୦ରେ ପରିଣତ ହୋଇଛି’

niranjan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ୍ କରି ଉଭୟ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

ସେ ଲେଖିଛନ୍ତି,“ସମଦୂରତା ସମବୁଝାମଣା ପାଲଟି ଯାଇଛି। ବିଜେଡି ଓ ବିଜେପିର ମୁଖା ଖୋଲିଯାଇଛି। ଦୁଃଖର କଥା, ବିଜେଡି ବିଜେପି ସହିତ ମେଣ୍ଟ କରିବାକୁ ପସନ୍ଦ କରିଛି। ଯେଉଁ ଦଳ ଓଡ଼ିଶାକୁ ପ୍ରତିଟି କ୍ଷେତ୍ରରେ ପ୍ରତାରିତ କରିଛି ସେହି ଦଳ ସହ ବିଜେଡି ମେଣ୍ଟ କରିବାକୁ ପସନ୍ଦ କରିଛି। ମହାନଦୀ ଘଟଣାରେ ବିଜେପି ଓଡ଼ିଶାକୁ ପ୍ରତାରିତ କରିଛି। ରାଉରକେଲାବାସୀଙ୍କୁ ଠକିଛି। ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଅପମାନିତ କରିଛି।”

pp

ନିରଞ୍ଜନ ଆହୁରି ଲେଖିଛନ୍ତି,“ବିଜେପି କେବଳ ଓଡ଼ିଶାକୁ ପ୍ରତାରିତ କରି ନାହିଁ, ତା’ ନିଜ କ୍ୟାଡର୍‌ମାନଙ୍କ ସହିତ ବି ବିଶ୍ୱାସଘାତକତା କରିଛି। ବିଜେପିର ମିଶନ୍-୧୨୦ ଏବେ ମିଶନ୍-୪୨୦ରେ ପରିଣତ ହୋଇଯାଇଛି।”

tweet2

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରି ସେ କହିଛନ୍ତି ଯେ ଯଦି ସେମାନେ ଓଡ଼ିଶା ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି, ତା’ହେଲେ କଂଗ୍ରେସରେ ଆସି ମିଶନ୍ତୁ। ସେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବି କଂଗ୍ରେସରେ ମିଶିବାକୁ ଅନୁରୋଧ କରିଛନ୍ତି।”

44

ବୈଜୟନ୍ତଙ୍କ ସହ ଟ୍ୱିଟ ବିନିମୟ 

ପିସିସି ସଭାପତିଙ୍କ ଏହି ଟ୍ୱିଟ୍‌ ଉପରେ ପ୍ରତିକ୍ରିୟା ରଖି ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି କହିଛନ୍ତି,“ଆପଣମାନେ ଓଡ଼ିଶା ପିସିସି ସଭାପତିଙ୍କ ସଂପର୍କରେ ଯାହା ବି କୁହନ୍ତୁ, କିନ୍ତୁ ତାଙ୍କର ଆତ୍ମବିଶ୍ୱାସ କମିଛି ବୋଲି କହିପାରିବେ ନାହିଁ।”

ଏହାର ଜବାବରେ ନିରଞ୍ଜନ କହିଛନ୍ତି,“ସଚ୍ଚୋଟତା ଓ ପ୍ରତିବଦ୍ଧତାରୁ ଏହି ଆତ୍ମବିଶ୍ୱାସ ଆସିଛି। ବିଜେଡି ଓ ବିଜେପି ଓଡ଼ିଶାକୁ ଦୀର୍ଘ ଦିନ ହେଲେ ଠକି ଆସୁଛନ୍ତି ଓ ଏହାକୁ ଆପଣ ବି ଖଣ୍ଡନ କରିପାରିବେ ନାହିଁ।”

tweet1

ସୂଚନାଯୋଗ୍ୟ, ସବୁବେଳେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖୁଥିବା କଥା କହୁଥିବା ବିଜେଡି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଥିଲା। ଏହାକୁ ଇଙ୍ଗିତ କରି ନିରଞ୍ଜନ କହିଛନ୍ତି, ସମଦୂରତା ଏବେ ସମବୁଝାମଣା ପାଲଟି ଯାଇଛି।

 



from OdishaReporter https://ift.tt/2P16WLR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages