ଆସୁଛି ପ୍ରେମ୍ କୁମାର୍‌, ରୋମାଣ୍ଟିକ୍‌ ଲୁକ୍‌ରେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଆସୁଛି ପ୍ରେମ୍ କୁମାର୍‌, ରୋମାଣ୍ଟିକ୍‌ ଲୁକ୍‌ରେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ‘ତରଙ୍ଗ’ ସିନେ ପ୍ରଡକ୍ସନ୍ସ୍‌ ପ୍ରଯୋଜିତ ଫିଲ୍ମ୍‌ ‘ପ୍ରେମ୍‌ କୁମାର’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍‌ ସୁପର୍‌ଷ୍ଟାର୍‌ ଅନୁଭବ।
ଅନୁଭବଙ୍କ ନାୟିକା ଭୂମିକାରେ ଅଛନ୍ତି ଦୁଇ ଜଣ ଅଭିନେତ୍ରୀ, ଶିବାନୀ ଓ ତମନ୍ନା। ନିକଟରେ ଏହି ଫିଲ୍ମର ଏକ ଗୀତ ଶୁଟିଂ ହୋଇଛି। ଏଥିରେ ଅନୁଭବ ଏବଂ ଶିବାନୀଙ୍କ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଦୁହେଁ କଳା ରଙ୍ଗର ଡ୍ରେସ୍‌ ପନ୍ଧି ନାଚୁଥିବାବେଳେ ଏହାର ଚାରିପାଖେ ‘ରେଡ୍‌ ହାର୍ଟ’ ସେପ୍‌ର ବେଲୁନ୍‌ ପଡ଼ିଥିଲା। ମାହୋଲ୍‌ଟିକୁ ସମ୍ପୂର୍ଣ୍ଣ ରୋମାଣ୍ଟିକ୍‌ ଲୁକ୍ ଦିଆଯାଇଥିଲା।
କଳା ଡ୍ରେସ୍‌ରେ ସୁପର୍‌ଷ୍ଟାର୍ ଅନୁଭବ ମଧ୍ୟ ବେଶ୍ ରୋମାଣ୍ଟିକ୍ ଲାଗୁଥିଲେ। ଗୀତର ତାଳେ ତାଳେ ଉଭୟ ଅନୁଭବ ଏବଂ ଶିବାନୀ ବେଶ୍‌ ସୁନ୍ଦର ଭାବେ ନାଚୁଥିଲେ।
ଗୋଡ଼ରେ ଆଘାତ ପରେ ପ୍ରଥମ ଥର ନାଚିଛନ୍ତି ଅନୁଭବ
ଗତ କିଛିଦିନ ତଳେ ‘ପ୍ରେମ୍‌ କୁମାର’ ଫିଲ୍ମ ଶୁଟିଂ ସମୟରେ ଏକ ଷ୍ଟଣ୍ଟ୍‌ ସିନ୍‌ ଦେଉଥିଲେ ଅନୁଭବ। ଏହି ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ସେ ଦୀର୍ଘ ଦିନ ଧରି ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହୋଇ ଏବେ ସୁସ୍ଥ ହୋଇଛନ୍ତି। ଆଉ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ସେ ପୁଣି ଥରେ ଶୁଟିଂ ଆରମ୍ଭ କରିଛନ୍ତି।
ଗୋଡ଼ରେ ଆଘାତ ଲାଗିବା ପରେ ଏହା ହେଉଛି ଅନୁଭବଙ୍କ ପ୍ରଥମ ଡ୍ୟାନ୍ସ୍‌। ତେଣୁ ଯେମିତି ଷ୍ଟେପ୍‌ ପକାଇବା ବେଳେ ତାଙ୍କର କୌଣସି ସମସ୍ୟା ନହେବ, ସେଥିପାଇଁ ଖାସ୍‌ ଧ୍ୟାନ ଦେଇଥିଲେ ଗୀତର କୋରିଓଗ୍ରାଫର୍‌ ଗିରୀଶ୍‌।
ଅନୁଭବଙ୍କ କହିବା ଅନୁଯାୟୀ, ଆଘାତଜନିତ ଅବସ୍ଥାରୁ ନିକଟରେ ସୁସ୍ଥ ହୋଇଥିବା କାରଣରୁ ଶୁଟିଂ ସେଟ୍‌ର ସମସ୍ତେ ତାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ଏବଂ କୋରିଓଗ୍ରାଫର୍‌ ଗିରୀଶ୍ ମଧ୍ୟ ସହଜ ଷ୍ଟେପ୍‌ ଦେଇ ଗୀତର ଶୁଟିଂ କରାଉଛନ୍ତି।
ସେପଟେ ପ୍ରଥମଥର ଅନୁଭବଙ୍କ ସହ ସ୍କ୍ରିନ୍‌ ସେୟାର କରି ଶିବାନୀ ମଧ୍ୟ ବେଶ୍‌ ଖୁସି ଅଛନ୍ତି।



from Odisha Reporter https://ift.tt/2MFYovA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages