କିକି ଚ୍ୟାଲେଞ୍ଚ ପରେ ଆସିଲା ‘ଡ୍ରାଗନ ବ୍ରେଥ୍‌’ ଚ୍ୟାଲେଞ୍ଚ: ଲୋକେ ହେଉଛନ୍ତି ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

କିକି ଚ୍ୟାଲେଞ୍ଚ ପରେ ଆସିଲା ‘ଡ୍ରାଗନ ବ୍ରେଥ୍‌’ ଚ୍ୟାଲେଞ୍ଚ: ଲୋକେ ହେଉଛନ୍ତି ଆହତ

dragons breath

ନୂଆଦିଲ୍ଲୀ: ଗତ କିଛିଦିନ ହେବ କିକି ଚ୍ୟାଲେଞ୍ଜ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିଲା। ବହୁଳ ମାତ୍ରାରେ ଲୋକମାନେ ଏହି ଚ୍ୟାଲେଞ୍ଚ କରି ଦୁର୍ଘଟଣାରେ ଶିକାର ହେଉଥିଲେ। ଏଥିପାଇଁ ପୁଲିସ୍‌ ଚେତାବନୀ ମଧ୍ୟ ଜାରିକଲା। ଏହି ଚ୍ୟାଲେଞ୍ଜର ନିଶା ଛାଡିଚି କି ନାହିଁ ଏବେ ଆଉ ଏକ ଚ୍ୟାଲେଞ୍ଚ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଚ୍ୟାଲେଞ୍ଜର ନାଁ ହେଉଛି ‘ଡ୍ରାଗନ ବ୍ରେଥ୍‌’।

କ’ଣ ଏହି ‘ଡ୍ରାଗନ୍‌ବ୍ରେଥ୍‌’ ଚ୍ୟାଲେଞ୍ଚ

ଏହି ଚ୍ୟାଲେଞ୍ଜରେ ଲୋକମାନଙ୍କୁ ଏକ ପ୍ରକାରର କ୍ୟାଣ୍ଡି (ଚକୋଲେଟ୍) ଖାଇବା ପାଇଁ କୁହାଯାଉଛି। ଯାହାକୁ ଖାଇବା ପରେ ପାଟିରୁ ଧୂଆଁ ବାହାରି ଥାଏ। ଯେପର୍ଯ୍ୟନ୍ତ କ୍ୟାଣ୍ଡି ନସରିଛି ପାଟିକୁ ବନ୍ଦ ରଖିବାକୁ ପଡୁଛି। ବାହାରୁଥିବା ଧୂଆଁ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଜଣାପଡ଼ିଛି। ଏହି କ୍ୟାଣ୍ଡିକୁ ତରଳ ନାଇଟ୍ରୋଜେନରେ ବୁଡ଼ା ଯାଇ ଖାଇବାକୁ ଦିଆ ଯାଇଥାଏ। ଯାହା ପରେ ପାଟିରୁ ଧୂଆଁ ବାହାରିଥାଏ।

ଏହି ଚ୍ୟାଲେଞ୍ଜ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଚ୍ୟାଲେଞ୍ଜ କରିବା ଦ୍ୱାରା କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସୁଛି।



from OdishaReporter https://ift.tt/2nBfwVi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages