୧୨ ଘଣ୍ଟିଆ ବିନିକା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

୧୨ ଘଣ୍ଟିଆ ବିନିକା ବନ୍ଦ

ସୁବର୍ଣ୍ଣପୁର(ଦିଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାରେ ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।

ଏହି ସମାସ୍ୟାକୁ ନେଇ ବିନିକା ବିଜେପି ଦଳ ତରଫରୁ ଗତ ୧୩ ତାରିଖରେ ବିନିକା ସହରର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା।

କଂଗ୍ରେସ ତରଫରୁ ମଧ୍ୟ ସମାନ ଦାବିକୁ ନେଇ ଯାନବାହାନ ଚଳାଚଳକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସ୍କୁଲ, କଲେଜ ବନ୍ଦ କରାଯାଇଥିଲା।

ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡିକ ପକ୍ଷରୁ ବାରମ୍ବାର ବନ୍ଦ ପାଳନ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହେଉଛି।

ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନିଆ ନଗଲେ ଆସନ୍ତା ୨୪ ତାରିଖରୁ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ବନ୍ଦ କରାଯାଇ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ସମାନ ଦାବିକୁ ନେଇ ବିନିକା ସାମ୍ୱାଦିକ ସଂଘ ୧୬ ଦିନ ହେଲା ଧାରଣା ଦେଇଛି। ଏଥିପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।



from Odisha Reporter https://ift.tt/2o0ugNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages