ଆପଣାନ୍ତୁ, ଦାନ୍ତକୁ ସଫା ରଖିବାର ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଆପଣାନ୍ତୁ, ଦାନ୍ତକୁ ସଫା ରଖିବାର ଉପାୟ

teeeh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସମସ୍ତେ ନିଜକୁ ସଫାସୁତୁରା ରଖିବାକୁ ପସନ୍ଦ କରନ୍ତି। ତେବେ ନିଜକୁ ସଫା ରଖିବା ପାଇଁ ପରିଷ୍କାର ପୋଷାକ ପିନ୍ଧିବା ଯେପରି ଜରୁରୀ, ନିଜ ଶରୀରକୁ ସଫା ରଖିବା ମଧ୍ୟ ସେପରି ଗୁରୁତ୍ୱପୂର୍ଣ୍ଣ।
କିଛି ଲୋକଙ୍କ ଦାନ୍ତ ସବୁବେଳେ ହଳଦିଆ ଦିଶୁଥାଏ। ଏହି କାରଣରୁ ସେମାନେ ହସିବା ସମୟରେ ନିଜ ମୁହଁରେ ହାତ ଦେଇ ଦାନ୍ତକୁ ଘୋଡ଼ାଇ ଦିଅନ୍ତି।
ଦାନ୍ତ ହଳଦିଆ ହେବା ପଛରେ ଅନେକ କାରଣ ରହିଛି। ତେବେ ଚା’, କଫି, ତମାଖୁ ଓ ସିଗାରେଟ୍‌ ଅଧିକ ମାତ୍ରାରେ ସେବନ କଲେ, ଦାନ୍ତ ହଳଦିଆ ମଧ୍ୟ ପଡ଼ିଥାଏ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି, ତେବେ କିଛି ଘରୋଇ ଉପାୟ ଆପଣାଇ ନିଜ ଦାନ୍ତକୁ ଧଳା କରିପାରିବେ।
୧. ନଡ଼ିଆ ତେଲ: ଆପଣ ନଡ଼ିଆ ତେଲର ଉପକାରିତା ସମ୍ପର୍କରେ ନିଶ୍ଚୟ ଜାଣିଥିବେ। ହେଲେ, ଆପଣ ଜାଣିବା ଜରୁରୀ ଯେ ନଡ଼ିଆ ତେଲ ଆପଣଙ୍କ ହଳଦିଆ ଦାନ୍ତକୁ ବି ଖୁବ୍ ସହଜରେ ଧଳା କରିଦେବ। ଏଥିପାଇଁ ଏକଚାମଚ ନଡ଼ିଆ ତେଲ ଦାନ୍ତରେ ଲଗାନ୍ତୁ। ଆପଣ ନିଜ ଟୁଥ୍‌ବ୍ରଶ୍‌ରେ ମଧ୍ୟ ନଡ଼ିଆ ତେଲର କିଛି ବୁନ୍ଦା ପକାଇ କିଛି ସମୟ ଯାଏ ଦାନ୍ତରେ ଘଷନ୍ତୁ। ଦେଖିବେ, ଆପଣଙ୍କ ହଳଦିଆ ରଙ୍ଗ ପଡ଼ିଥିବା ଦାନ୍ତ ଅଳ୍ପ ଦିନରେ ଧଳା ହୋଇଯିବ।
୨. ଲେମ୍ବୁ: ଆପଣ ଲେମ୍ବୁ ସାହାଯ୍ୟରେ ମଧ୍ୟ ଦାନ୍ତର ହଳିଦିଆ ଦାଗ ଦୂର କରିପାରିବେ। ଏଥିପାଇଁ ଲେମ୍ବୁ ରସରେ ଲୁଣ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛିସମୟ ପରେ କୁଳି କରିଦିଅନ୍ତୁ। ଏପରି ଲଗାତର୍‌ ଦୁଇ ସପ୍ତାହ କରିବା ପରେ ଦେଖିବେ, ଦାନ୍ତ ସଫା ହୋଇଯିବ।
୩. ବେକିଂ ସୋଡ଼ା: ବେକିଂ ସୋଡ଼ା ଦାନ୍ତକୁ ସଫା କରିବାର ଏକ ଭଲ ଉପାୟ। ଟୁଥ୍‌ପେଷ୍ଟ୍‌ରେ ବେକିଂ ସୋଡ଼ା ମିଶାଇ ଦାନ୍ତକୁ ବ୍ରଶ୍‌ କରନ୍ତୁ। ଆପଣ ଏହାକୁ ଭିନେଗର୍‌ କିମ୍ବା ଲେମ୍ବୁ ସହ ମିଶାଇ କୁଳି ମଧ୍ୟ କରିପାରିବେ। ଏହାବ୍ୟତୀତ ବେକିଂସୋଡ଼ାକୁ ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳରେ ସପ୍ତାହକୁ ଦୁଇ ଦିନ ଦାନ୍ତ ଘଷନ୍ତୁ। ୧୫ ଦିନ ଏପରି କରିବା ପରେ ଦେଖିବେ, ଦାନ୍ତ ଧଳା ଦିଶିବ।



from Odisha Reporter https://ift.tt/2PAb7yH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages