
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଅନେକ ସମୟରେ ଅଫିସ୍ରେ କାମର ଚାପରେ ରହୁଥିବେ। ଆପଣଙ୍କ ଉପରିସ୍ଥ ଅଧିକାରୀ ସବୁବେଳେ ଇ-ମେଲ୍ ସହିତ ଯୋଡ଼ି ହୋଇ ରହିବା ଏବଂ ଅଧିକ ସମୟ କାମ କରିବା ପାଇଁ କହୁଥିବେ।
ଯଦି ଆପଣଙ୍କ ସହିତ ଏପରି ହେଉଛି, ତେବେ ଏହା ଆପଣଙ୍କ ଶରୀର ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ। ଏହାସହ ଏହା ଆପଣଙ୍କ ପାରିବାରିକ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି କରିପାରେ।
ଏକ ନୂଆ ସର୍ଭେରୁ ଜଣାପଡ଼ିଛି, ଅଫିସ୍ରେ ବସ୍ ଅଧିକ ସମୟ କାମ କରିବା ପାଇଁ ବାଧ୍ୟ କରିବା ପରିବାରିକ କଳହ ସୃଷ୍ଟି କରିଥାଏ। ଅଫିସ୍ର ଚାପ ଯୋଗୁ ଘର କାମ କରିବା ପାଇଁ ଅନେକ ବ୍ୟକ୍ତି ଅସମର୍ଥ ହୋଇଥା’ନ୍ତି। ଯାହା ସେମାନଙ୍କୁ ଚିଡ଼ଚିଡ଼ା କରିବା ସହ ସମସ୍ୟା ସୃଷ୍ଟି କରିଥାଏ।
ଆମେରିକାର ପେନ୍ସିଲ୍ଭାନିଆରେ ଥିବା ଲେହ୍ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର୍ ବେଲ୍କିନ୍ଙ୍କ ମତରେ, ଅଫିସ୍ରେ କାମର ଚାପ ଆପଣଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଥାଏ। ଏଥିଯୋଗୁ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥାଏ। ସେମାନଙ୍କ ସମ୍ପର୍କରେ ବିବାଦ ଏବଂ ସ୍ୱାସ୍ଥ୍ୟରେ ହାନିକାରକ ପ୍ରଭାବ ପକାଇଥାଏ।
ଏହା ସହିତ କର୍ମଚାରୀଙ୍କ ବୈବାହିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ।
from OdishaReporter https://ift.tt/2OHPvPL
No comments:
Post a Comment