ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ସରକାର ଗଠନ ହେବାକୁ ଯାଉଛି। କ୍ରିକେଟ୍ରୁ ରାଜନେତା ହୋଇଥିବା ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ। ସେ ଶପଥ ନେବା ପୂର୍ବରୁ ଆମେରିକା ଅଜାଡ଼ି ଦେଇଛି ଆର୍ଥିକ ସହାୟତା।
ଆମେରିକା ସଂସଦରେ ପାରିତ ହୋଇଥିବା ପ୍ରତିରକ୍ଷା ବିଲ୍ ଅନୁସାରେ, ଏଣିକି ଏହାଠାରୁ ସହଯୋଗ ପାଇବାକୁ ହେଲେ ପାକିସ୍ତାନକୁ ଆଉ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବାଧ୍ୟତାମୂଳକ ହେବ ନାହିଁ।
ବୁଧବାର ପାରିତ ହୋଇଥିବା ଏହି ବିଲ୍ରେ ପାକିସ୍ତାନକୁ ୧୫ ହଜାର କୋଟି ଡଲାର୍ ସହାୟତା ମିଳିବ। ପୂର୍ବବର୍ଷ ତୁଳନାରେ ଏହି ରାଶିକୁ କମାଇ ଦିଆଯାଇଛି। ଗତବର୍ଷ ପାକିସ୍ତାନକୁ ୭୦ କୋଟି ଡଲାର୍ ସହାୟତା ପ୍ରଦାନ କରିଥିଲା ଆମେରିକା। ଆର୍ଥିକ ସହାୟତା କମାଇ ଦିଆଯାଇଥିଲେ ବି ପାକିସ୍ତାନ ପାଇଁ ଏହା ଅଧିକ ଗୁରୁତ୍ୱ ବହନ କରୁଛି। କାରଣ ହକ୍କାନୀ ନେଟ୍ୱର୍କ ଓ ଲଶ୍କର-ଏ-ତୋଏବା ପରି ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପୂର୍ବରୁ ଥିବା ସର୍ତ୍ତକୁ ଆମେରିକା ହଟାଇ ଦେଇଛି।
ଏହି ବିଲ୍ରେ ରାଷ୍ଟ୍ରପତି ଦସ୍ତଖତ କରିବା ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନ ଉପରେ ଆମେରିକା ଆଉ ଚାପ ପକାଇ ପାରିବ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ପାକିସ୍ତାନକୁ ଦିଆଯାଉଥିବା ସହାୟତା ରାଶିକୁ ମଧ୍ୟ ବନ୍ଦ କରି ଦିଆଯାଇଛି।
from OdishaReporter https://ift.tt/2LNvSsw
No comments:
Post a Comment