୧୦ ଗ୍ରାମ୍ ବ୍ରାଉନ୍ ସୁଗାର୍‌ ଜବତ, ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

୧୦ ଗ୍ରାମ୍ ବ୍ରାଉନ୍ ସୁଗାର୍‌ ଜବତ, ୨ ଗିରଫ

pppp

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଏବେ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ଜଳେଶ୍ୱରରୁ ବିଭିନ୍ନ ସ୍ଥାନକୁ ବ୍ରାଉନ୍ ସୁଗାର୍‌ ସହ ବହୁ ମାଦକ ଦ୍ରବ୍ୟ ରପ୍ତାନି କରାଯାଉଛି।

ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ ସୁଗାର୍‌ ଚାଲାଣ ହେଉଥିବା ବେଳେ ପୁଲିସ୍ ପାଖରେ ଖବର ପହଞ୍ଚିଥିଲା। ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି।

brownsugarଜବତ ବ୍ରାଉନ୍ ସୁଗାର୍‌ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା  ଯାଇ ସେଠାରୁ ଟ୍ରେନ୍‌ରେ ଭୁବନେଶ୍ୱର ଯିବା ଯୋଜନାରେ ଥିଲେ।

ପୁଲିସ୍‌ ଏବେ ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜୁଛି।



from Odisha Reporter https://ift.tt/2LEY0cu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages