ଲର୍ଡ୍ସ ଟେଷ୍ଟ୍‌ ହାରିବା ପରେ ଏମିତି କିଛି କହିଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଲର୍ଡ୍ସ ଟେଷ୍ଟ୍‌ ହାରିବା ପରେ ଏମିତି କିଛି କହିଲେ ବିରାଟ

virat

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ ହାରିବା ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ କରିଛି। ମ୍ୟାଚ୍‌ ପରେ ସେ ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା।

ସେ କହିଥିଲେ, “ଏହି ମ୍ୟାଚ୍‌ରେ ଆମେ ହାରିବାକୁ ଯୋଗ୍ୟ ଥିଲୁ। ଏକଥା ଆମ ସ୍କୋର କାର୍ଡ୍‌ରୁ ସ୍ପଷ୍ଟ ଜଣାପଡୁଛି।”

ଏହା ସହ ମ୍ୟାଚ୍‌ ପାଇଁ ଖେଳାଳି ଚୟନରେ ତାଙ୍କର ଭୁଲ୍‌ ରହିଗଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଥିଲେ, “ଆମେ ସେମିତି ପ୍ରଦର୍ଶନ କରି ନଥିଲୁ, ଯେଉଁଥିପାଇଁ ଆମେ ଗର୍ବ ଅନୁଭବ କରିବୁ। ଗତ ୫ଟି ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମ ଥର ଏମିତି ହୋଇଛି, ଆମେ ଭଲ ଖେଳି ପାରିନାହୁଁ। ଆମେ ହାରିବାକୁ ଯୋଗ୍ୟ ଥିଲୁ। ଏଥିପାଇଁ ବୋଲିଂକୁ କେବଳ ଦୋଷ ଦିଆଯାଇ ପାରିବ ନାହିଁ।’’

ଏହାସହ କୋହଲି ଇଂଲଣ୍ଡ ଖେଳାଳିଙ୍କ ପରିଶ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘କଠିନ ପରିଶ୍ରମ କରିବା ସହ ଇଂଲଣ୍ଡ ମ୍ୟାଚ୍‌ରେ ଉଚିତ୍‌ ସମୟରେ ଉଚିତ୍‌ ନିଷ୍ପତ୍ତି ନେଇଥିଲା।”



from OdishaReporter https://ift.tt/2nuFxFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages