ପୁଣି କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ପୁଣି କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ନାଁରେ ଥିବା ଅପରାଧିକ ମାମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କେଉଁ କେଉଁ ବିଧାୟକ ଓ ସାଂସଦଙ୍କ ନାଁରେ କେତୋଟି ଅପରାଧିକ ମାମଲା ରହିଛି, ତା’ର ତଥ୍ୟ କେନ୍ଦ୍ର ସରକାର ଦେଉ ନଥିବାରୁ ଆଜି ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଛନ୍ତି।

ଆଇନ୍‌ଜୀବୀ ଅଶ୍ୱିନ୍‌ କୁମାର ଉପାଧ୍ୟାୟ ବିଧାୟକ ଓ ସାଂସଦଙ୍କ ନାଁରେ ରହିଥିବା ଅପରାଧିକ ମାମଲାର ତ୍ୱରିତ୍ ବିଚାର କରିବା ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବା ଦରକାର ବୋଲି ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଗତ ବର୍ଷ ଡିସେମ୍ବର ୧୪ରେ କେନ୍ଦ୍ର ସରକାରଙ୍କୁ ୧୨ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କୋର୍ଟରେ କେବଳ ରାଜନେତାଙ୍କ ନାଁରେ ଥିବା ମାମଲାର ବିଚାର କରାଯିବ ଏବଂ ଏହା ୨୦୧୮ ମାର୍ଚ୍ଚ ୧ରୁ କାର୍ଯ୍ୟକାରୀ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ କୌଣସି ପଦକ୍ଷେପ ନ ନେବାରୁ ଆଜି ସର୍ବୋଚ୍ଚ ଅଦାଲତ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଗଷ୍ଟ ୨୧ରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କୋର୍ଟ ସ୍ଥାପନ ନେଇ କ’ଣ ପଦକ୍ଷେପ ନିଆଯାଇଛି, ତା’ର ବିସ୍ତୃତ ତଥ୍ୟ ଦେବାକୁ କହିଥିଲେ। ଅଗଷ୍ଟ ୨୮ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ଆଜି ଖଣ୍ଡପୀଠ କହିଛନ୍ତି, ସରକାର ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। କେବଳ ରାଜ୍ୟ ସରକାର ତଥ୍ୟ ଦେଉନାହାନ୍ତି ବୋଲି କହି ମାମଲାର ବିଚାର କାର୍ଯ୍ୟକୁ ବିଳମ୍ବ କରିଚାଲିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାର ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରନ୍ତୁ।

ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ରେ ହିଁ କରାଯିବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି।



from Odisha Reporter https://ift.tt/2Nxhz8h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages