
ପାଟକୁରା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଥାନାରୁ ଚମ୍ପଟ୍ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ ପାଇଟଳ।
ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁଲିସ୍ ମୋବାଇଲ୍ ଚୋରି ଅଭିଯୋଗରେ ମାର୍ଶାଘାଇ ଅଞ୍ଚଳର ଅବିନାଶ ପାଇଟଳ ନାମକ ଜଣେ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ରାତି ପ୍ରାୟ ୧୦ଟା ବେଳେ ସେ ଶୌଚ ଯିବାକୁ କହି ଖସି ପଳାଇ ଯାଇଥିଲେ।
ପୁଲିସ୍ ତାଙ୍କୁ ଧରିବା ପାଇଁ ବହୁତ ଖୋଜାଖୋଜି କରିଥିଲା। ହେଲେ ପାଇ ନଥିଲା।
ପରେ ପୁଲିସ୍ ଖବର ପାଇ ଥାନା ନିକଟରେ ଥିବା ଜଣଙ୍କ ସିଡ଼ି ଘରୁ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
from Odisha Reporter https://ift.tt/2BVCwZk
No comments:
Post a Comment