ଭାରତୀୟ ସମ୍ବିଧାନର ଏହିସବୁ ନିୟମ ଆପଣ ଜାଣିବା ଜରୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଭାରତୀୟ ସମ୍ବିଧାନର ଏହିସବୁ ନିୟମ ଆପଣ ଜାଣିବା ଜରୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଭାରତୀୟ ସମ୍ବିଧାନରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ଅଧିକାର ସମ୍ପର୍କରେ ପ୍ରାୟ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ ଆମ ସମ୍ବିଧାନରେ ଏମିତି କିଛି ନିୟମ ରହିଛି, ଯାହା ଜାଣିବା ଆପଣଙ୍କ ପାଇଁ ଜରୁରୀ।

ସେହିଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ସମ୍ପର୍କରେ ଏବେ ଆସନ୍ତୁ ଜାଣିବା।

୧. ଜଣେ ଦୁଷ୍କର୍ମ ପୀଡ଼ିତା କୌଣସି ବି ପୁଲିସ୍‌ ଷ୍ଟେସନରେ ମାମଲା ଦାୟର କରାଇପାରିବେ। ଏହା ଜିରୋ ଏଫ୍ଆ‌ଇଆର୍‌ ଅନ୍ତର୍ଗତ ନିୟମ। ଜଣେ ପୁଲିସ ଅଧିକାରୀ, ଦୁଷ୍କର୍ମ ପୀଡ଼ିତାଙ୍କୁ ମାମଲା ତାଙ୍କ ଏରିଆର ନୁହେଁ ବୋଲି କହି ଏଫ୍ଆ‌ଇଆର୍‌ ଦାୟର କରିବାକୁ ମନା କରିପାରିବେ ନାହିଁ।

୨. ଯଦି କୌଣସି ମହିଳା ପୁଲିସ୍‌ ଷ୍ଟେସନ୍‌ ଯିବାକୁ ସକ୍ଷମ ନୁହନ୍ତି, ତେବେ ସେ ନିଜ ଘରୁ ହିଁ ଏସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ। ଘରେ ଥାଇ ଅନ୍‌ଲାଇନ୍‌ରେ ସଂପୃକ୍ତ ମହିଳା ତାଙ୍କ ଇ-ମେଲ୍‌ ଜରିଆରେ ପୁଲିସ୍‌ କମିଶନର୍, ଡେପୁଟି କମିଶନର୍‌ ଅବା ଏସ୍‌ପିଙ୍କୁ ତାଙ୍କ ଅଭିଯୋଗ ଦେଇପାରିବେ। ୩. ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ହିଁ ଜଜ୍‌ଙ୍କ ସାମ୍ନାରେ ହାଜର କରାଯିବ। କାରଣ ଭାରତୀୟ ସମ୍ବିଧାନ ଅନୁସାରେ, ୨୪ ଘଣ୍ଟାରୁ ଅଧିକ ସମୟ କାହାକୁ ବି ପୁଲିସ ନିଜ ହାଜତ ଭିତରେ ରଖି ପାରିବନାହିଁ।

୪. ପ୍ରାପ୍ତବୟସର ଯୁବକ ଯୁବତୀ ଏକାଠି ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହିପାରିବେ। ଭାରତରେ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ଅବୈଧ ନୁହେଁ। ଏହାସତ୍ୱେ କିଛି ଭଡ଼ା ଘର ମାଲିକ ଏହାକୁ ବିରୋଧ କରନ୍ତି ଓ ସମ୍ବିଧାନର ନିୟମକୁ ଅଣଦେଖା କରନ୍ତି।

୫. ଏକ ଦୁଷ୍କର୍ମ ମାମଲାରେ ଡାକ୍ତର ତାଙ୍କ ରିପୋର୍ଟରେ ଦୁଷ୍କର୍ମ ହୋଇ ନଥିବା ଉଲ୍ଲେଖ କରିବା ସତ୍ୱେ ଏହି ମାମଲାକୁ ବରଖାସ୍ତ କରାଯାଇ ପାରିବନାହିଁ। କାରଣ, ଆଇପିସିର
ଧାରା ୧୬୪ ଅନୁଯାୟୀ, ମେଡିକାଲ୍‌ ଚେକଅପ୍‌ରେ ନିକଟରେ ପିଡିତାଙ୍କ ରହିଥିବା ଶାରୀରୀକ ସମ୍ପର୍କ ସମ୍ପର୍କରେ ସୂଚନା ମିଳେ। ଅର୍ଥାତ୍‌ ଏହି ମେଡିକାଲ୍  ଚେକ୍ଅପ୍‌ ଦ୍ୱାରା ଡାକ୍ତର କେବଳ ଏତିକି ଜଣାଇପାରିବେ ଯେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି, କି ନାହିଁ। ଏହା କିନ୍ତୁ ମାମଲାର ଶେଷ ଶୁଣାଣି ନୁହେଁ।

୬. ଏକ ଦମ୍ପତି ବିବାହର ବର୍ଷେ ପରେ ହିଁ ଯାଇ ପରସ୍ପରକୁ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ।

୭. ଜଣେ ମହିଳାଙ୍କୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ଗିରଫ କରାଯାଇପାରିବ ନାହିଁ। ଏହା କେବଳ ସେତେବେଳେ ସମ୍ଭବ, ଯେତେବେଳେ ଜଣେ ମହିଳା ପୁଲିସ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବେ ଏବଂ ସେହି ଥାନାକୁ ନେବେ, ଯେଉଁଠି ସମସ୍ତ ପୁଲିସ୍‌ କର୍ମଚାରୀ ମହିଳା ହିଁ ଥିବେ। ଏହାବ୍ୟତୀତ ସଂପୃକ୍ତ ପୁଲିସ ଅଧିକାରୀଙ୍କ ପାଖରେ ଏହି ଗିରଫ ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ଥିବା ଦରକାର।

୮. ଜଣେ ମହିଳାଙ୍କୁ ପଚରାଉଚରା ପାଇଁ ପୁଲିସ୍‌ ଷ୍ଟେସନ୍‌ ଯିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଆଇପିସିର ଧାରା ୧୬୦-କ ଅନୁଯାୟୀ, ଜଣେ ମହିଳାଙ୍କୁ ପଚରାଉଚରା ପାଇଁ ଜୋର ଜବରଦସ୍ତ ଥାନାକୁ ନିଆଯାଇ ପାରିବ ନାହିଁ। ଏହା ତାଙ୍କ ଘରେ ପରିବାରବର୍ଗ ଓ ବନ୍ଧୁଙ୍କ ଆଗରେ ମଧ୍ୟ କରାଯାଇପାରିବ।

୯. ଗିରଫ ହୋଇଥିବା ବ୍ୟକ୍ତିଙ୍କର ଏହା ଜାଣିବାର ଅଧିକାର ଅଛି ଯେ କ’ଣ ପାଇଁ ତାଙ୍କୁ ଗିରଫ କରାଯାଉଛି ବା ଜେରା କରାଯାଉଛି।୧୦. ଯଦି ଜଣେ ପୁଲିସ ଅଧିକାରୀ କୌଣସି ଏଫ୍ଆ‌ଇଆର୍ ଗ୍ରହଣ କରିବାକୁ ମନା କରନ୍ତି, ତେବେ ତାଙ୍କୁ ସସ୍‌ପେଣ୍ଡ୍‌ କରାଯାଇ ପାରିବ। କେବଳ ଏତିକି ନୁହେଁ, ତାଙ୍କୁ ଏଥିପାଇଁ ଜେଲ୍‌ ମଧ୍ୟ ହୋଇପାରେ। ଏହି ନିୟମଟି ସିଧାସଳଖ ସୁପ୍ରିମ୍‌ କୋର୍ଟ ଲାଗୁ କରିଛନ୍ତି।

୧୧. ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ପୁଲିସ ଅଧିକାରୀ ନିଜ ପାଖରେ ତାଙ୍କ ପଦବୀର ସମ୍ପୂର୍ଣ୍ଣ ପରିଚୟ ରଖିଥିବା ଆବଶ୍ୟକ। ଏହା ନିୟମ, ସଂପୃକ୍ତ ଅଧିକାରୀ କୌଣସି ମାମଲା ସଂକ୍ରାନ୍ତରେ କାହାକୁ ପଚରାଉଚୁରା କରିବାବେଳେ ମଧ୍ୟ ପାଳନ କରିବା ଉଚିତ୍‌।

୧୨. ଏକ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ପାଇଁ ତାଙ୍କୁ ମାଗଣା ନ୍ୟାୟିକ ସେବା ମାଗିବାର ଅଧିକାର ଅଛି।

୧୩. ପୈତୃକ ସମ୍ପତ୍ତିରେ ଉଭୟ ପୁଅ ଓ ଝିଅଙ୍କର ଉତ୍ତରାଧିକାରୀଭାବରେ ସମାନ ଅଧିକାର ରହିଛି।



from Odisha Reporter https://ift.tt/2POS43C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages