୧୩ ଦିନିଆ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ କ’ଣ କହିଥିଲେ ବାଜପେୟୀ? ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

୧୩ ଦିନିଆ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ କ’ଣ କହିଥିଲେ ବାଜପେୟୀ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୨୪ ମସିହା ଡିସେମ୍ବର ମାସ ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମ ହୋଇଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ସେ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ, ଯିଏ ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ। ୧୯୯୬ରେ ସେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ୧୯୯୯ରେ ଯେତେବେଳେ ପୁଣି ଏହି ପଦରେ ଅଧିଷ୍ଠିତ ହେଲେ, ସେଥରକ ସେ ପୂରା ୫ ବର୍ଷ ଶାସନ କରିଥିଲେ। ତାଙ୍କର ଭାଷଣ ଦେବାର ଅନ୍ଦାଜ୍ ପୂରା ନିଆରା ଥିଲା।

ଉଭୟ ସଂସଦରେ ଓ ସଂସଦ ବାହାରେ ତାଙ୍କ ଭାଷଣର ଅନେକ ପ୍ରଶଂସକ ଥିଲେ। ତାଙ୍କର ବ୍ୟକ୍ତିତ୍ୱ, ଯୁକ୍ତି ଓ କଥା କହିବାର ଶୈଳୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା। ସେ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।

ବିଭିନ୍ନ ସମୟରେ ଶ୍ରୀଯୁକ୍ତ ବାଜପେୟୀ ତାଙ୍କର ସାରଗର୍ଭକ ଭାଷଣକୁ ନେଇ ଚର୍ଚ୍ଚାରେ ରହୁଥିଲେ। ସଂସଦରେ ମଧ୍ୟ ତାଙ୍କ ଭାଷଣ ଅତ୍ୟନ୍ତ ମୂଲ୍ୟବାନ ତଥ୍ୟ ଆଧାରିତ ହେଉଥିଲା। କେବେ କୌଣସି ସମୟରେ ଅସହିଷ୍ଣୁତାର ଭାଷା ତାଙ୍କ ଭାଷଣରେ ରହୁନଥିଲା। ଏମିତିକି ଗାଦି ଛାଡ଼ିବା ପରି ଗୁରୁତ୍ୱପୂର୍ଣ୍ଣ ସମୟରେ ବି ସେ ଆଦୈ ବିଚଳିତ ହେଲାପରି ଲାଗୁ ନଥିଲେ।

ଏହାର ଏକ ଉଦାହରଣ ହେଲା, ୧୯୯୬ ମସିହାରେ, ଯେବେ ସେ ତାଙ୍କର ୧୩ ଦିନର ପ୍ରଧାନମନ୍ତ୍ରୀ ପଦ ଛାଡ଼ିଲେ। ବହୁମତ ପ୍ରମାଣିତ କରିବାରେ ବିଫଳ ହେବା ପରେ, ସେ ସଂସଦରେ ଏହି ଭାଷଣ ପ୍ରଦାନ କରିବା ପରେ, ରାଷ୍ଟ୍ରପତିଙ୍କ ପାଖକୁ ଇସ୍ତଫା ଦେବାକୁ ଯାଇଥିଲେ।

ଏଥିରେ ଶ୍ରୀଯୁକ୍ତ ବାଜପେୟୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ- “ଆପଣମାନେ ଦେଶକୁ ଶାସନ କରିବାକୁ ଚାହୁଁଛନ୍ତି। ଭଲ କଥା। ଆମ ଶୁଭେଚ୍ଛା ଆପଣମାନଙ୍କ ସହିତ ଅଛି। ଦେଶ ସେବାରେ ଆମେ ପୂରା ନିମଗ୍ନ ରହିବୁ। ଆମେ ବହୁମତ ଆଗରେ ମୁଣ୍ଡ ନୁଆଁଉଛୁ। ଖାଲି ହାତରେ ଆମେ ଯେଉଁ କାର୍ଯ୍ୟ ଆରମ୍ଭ କରିଛୁ ତାହା ଶେଷ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମାନନୀୟ ବାଚସ୍ପତି ମହୋଦୟ ମୁଁ ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫା ଦେବାକୁ ଯାଉଛି।”

ସେଦିନ ସେ ଆଉ କ’ଣ ସବୁ କହିଥିଲେ, ନିମ୍ନରେ ଦିଆଯାଇଥିବା ଭିଡିଓରେ ଶୁଣନ୍ତୁ ସେଦିନର ତାଙ୍କର ସେଇ ସାରଗର୍ଭକ ଭାଷଣ।

(ଭିଡିଓ ସୌଜନ୍ୟ: ଡିଡି୧-ଲୋକସଭା)



from OdishaReporter https://ift.tt/2OK5z3B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages