ଲଞ୍ଚ୍‌ ହେଲା ପ୍ୟୁଜୋ ମେଟ୍ରୋପଲିସ: ସ୍ମାର୍ଟ୍ ଲୁକ୍‌ ଓ ଦମ୍‌ଦାର୍‌ ଫିଚର୍‌ ସହ କାର୍‌କୁ ବି ଟକ୍କର ଦେବ ଏହି ୩ ଚକିଆ ସ୍କୁଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଲଞ୍ଚ୍‌ ହେଲା ପ୍ୟୁଜୋ ମେଟ୍ରୋପଲିସ: ସ୍ମାର୍ଟ୍ ଲୁକ୍‌ ଓ ଦମ୍‌ଦାର୍‌ ଫିଚର୍‌ ସହ କାର୍‌କୁ ବି ଟକ୍କର ଦେବ ଏହି ୩ ଚକିଆ ସ୍କୁଟର୍‌

ନୂଆଦିଲ୍ଲୀ: ଅଟୋମୋବାଇଲ୍‌ କମ୍ପାନୀ ପ୍ୟୁଜୋ ନିଜର ଦମ୍‌ଦାର ପ୍ୟୁଜୋ ମେଟ୍ରୋପଲିସ ସ୍କୁଟର୍‌କୁ ଲଞ୍ଚ୍‌ କରିଛି। ଜବରଦସ୍ତ କଲର୍‌ କମ୍ବିନେସନ୍‌ ସହିତ ଏହାର ଲୁକ୍‌ ବି ସ୍ମାର୍ଟ୍‌ ରହିଛି। ୩ ଚକ ବିଶିଷ୍ଟ ଏହି ସ୍କୁଟର୍‌ଟି  ଏକ ମିନି କାର୍‌ ଭଳି ଦେଖାଯାଉଛି। ଚାଳକ କିପରି ଆରାମରେ ଦୂରଯାତ୍ରା କରିପାରିବେ ଏହାକୁ ଲକ୍ଷ୍ୟ ରଖି କମ୍ପାନୀ ଏହି ୩ ଚକିଆ ସ୍କୁଟର୍‌ଟିକୁ ଲଞ୍ଚ୍‌ କରିଛି।

ଣ ରହିଛି ଖାସ୍‌: ପ୍ୟୁଜୋର ଏହି ସ୍କୁଟର୍‌ରେ ଅନେକ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ସ୍ମାର୍ଟ୍‌ ଫୋନ୍‌ ଚାର୍ଜ କରିବା ପାଇଁ ୟୁଏସ୍‌ବି ପୋର୍ଟ ରହିଛି। ଏଥିସହିତ ଫ୍ରଣ୍ଟ୍ ଟୁଇନ୍‌ ହେଡ ଲ୍ୟାମ୍ପ୍‌ସ, ଟ୍ରାକସନ କଣ୍ଟ୍ରୋଲ୍‌, ୱିଣ୍ଡ୍‌ ସ୍କ୍ରିନ୍‌ ଭଳି ସୁବିଧା ରହିଛି। ସେହିଭଳି ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏଥିରେ ଆଣ୍ଟି-ଲକ ସିଷ୍ଟମ ଦିଆଯାଇଛି।

ଇଞ୍ଜିନ୍‌ ପାୱର୍‌ଇଞ୍ଜିନ୍‌ ଓ ପାୱାର୍‌ କଥା ଦେଖିଲେ, ଏଥିରେ  ୪୦୦ ସିସିର ଇଞ୍ଜିନ୍‌ ଦିଆଯାଇଛି। ଯାହା ୩୫ ବିଏଚ୍‌ପି ପାୱାର୍‌ ଓ ୩୮ ନ୍ୟୁଟନ୍‌ ମିଟର୍‌ ଟର୍କ ଜେନେରେଟ୍‌ କରିବ। ଏଥିସହତି ଇଞ୍ଜିନ୍‌ର ଅଟୋ ଗିୟର୍‌ବକ୍ସ ସୁବିଧା ମଧ୍ୟ ରହିଛି।

ଦୂରଯାତ୍ରା କରିବା ପାଇଁ ଏହି ସ୍କୁଟର୍‌ଟିକୁ ତିଆରି କରାଯାଇଛି। ଏଥିରେ ଆରାମ୍‌ରେ ବସିବା ପାଇଁ ଚୌଡ଼ା ଡୁଆଲ ସିଟ୍‌ ଦିଆଯାଇଛି। ଫଳରେ ଚାଳକ ଆରାମରେ ବସି ଦୂର ଯାତ୍ରା କରିପାରିବେ। ଏଥିରେ ଏକ ନୂଆ କଥା ହେଲା, ଏମର୍ଜେନ୍‌ସି ବ୍ରେକ୍‌ ଲଗାଇଲେ ବିପଦ ସଂକେତ ଲାଇଟ୍‌ ଜଳିବ।

ବର୍ତ୍ତମାନ୍‌ ପାଇଁ ଏହି ସ୍କୁଟର୍‌ଟି ଚୀନ୍‌ରେ ଲଞ୍ଚ୍‌ ହୋଇଛି। ଭାରତରେ ଲଞ୍ଚ୍‌ ନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇ ନଥିଲେ ବି ଖୁବ୍‌ଶୀଘ୍ର ଏହା ଭାରତକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

ଭାରତରେ ଏହାର ମୂଲ୍ୟ ୨.୫ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

 



from Odisha Reporter https://ift.tt/2wjKRj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages