ବାଜପେୟୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ, ଆଶୁ ଆରୋଗ୍ୟ ପାଇଁ ଦେଶବ୍ୟାପୀ ପ୍ରାର୍ଥନା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ବାଜପେୟୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ, ଆଶୁ ଆରୋଗ୍ୟ ପାଇଁ ଦେଶବ୍ୟାପୀ ପ୍ରାର୍ଥନା 

ନୂଆଦିଲ୍ଲୀ: ଏମସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗୃହମନ୍ତ୍ରୀ ରାଜନାଥ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏଲକେ ଆଡଭାନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଆଜି ସକାଳୁ ଏମସରେ ପହଞ୍ଚି ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝୁଛନ୍ତି। ପ୍ରଧାନମନ୍ତ୍ରୀ ମୋଡି ଖୁବଶୀଘ୍ର ଏମସରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି। ସେ ଗତ ରାତିରେ ଏମସ ଯାଇ ସେଠାରେ ପ୍ରାୟ ୫୦ ମିନିଟ ରହିଥିଲେ।

କିଛି ସମୟ ପୂର୍ବରୁ ପ୍ରକାଶିତ ଏମସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା ବୁଲେଟିନରେ କୁହାଯାଇଛି।



from OdishaReporter https://ift.tt/2MukcKz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages