ତେଜସ୍ୱୀ ଓ ରାବ୍ରୀଙ୍କୁ ଦୁର୍ନୀତି ମାମଲାରେ ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ତେଜସ୍ୱୀ ଓ ରାବ୍ରୀଙ୍କୁ ଦୁର୍ନୀତି ମାମଲାରେ ଜାମିନ୍‌

ନୂଆଦିଲ୍ଲୀଆଇଆର୍‌ସିଟିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଆର୍‌ଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଓ ପତ୍ନୀ ରାବ୍ରୀ ଦେବୀଙ୍କୁ ଦିଲ୍ଲୀର ଏକ କୋର୍ଟ ଆଗୁଆ ଜାମିନ୍‌ ପ୍ରଦାନ କରିଛନ୍ତି।

ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଲାଲୁ ଯାଦବ ଆତ୍ମସମର୍ପଣ କରିଥିଲେ। କିନ୍ତୁ  ଆଜି ତାଙ୍କ ପୁଅ ଓ ପତ୍ନୀଙ୍କୁ ଜାମିନ୍‌ ମିଳିବାରୁ ଏହା  ଆର୍‌ଜେଡିକୁ ଆଶ୍ୱସ୍ତ କରିଛି। ଆବେଦନର ମାତ୍ର କିଛି ମିନିଟ୍‌ ମଧ୍ୟରେ ବିଚାରପତି ଉଭୟ ତେଜସ୍ୱୀ ଓ ରାବ୍ରୀ ଦେବୀଙ୍କୁ  ଜାମିନ୍‌ ପ୍ରଦାନ କରିଥିଲେ। ଏହି ସମୟରେ ତେଜସ୍ୱୀ ଓ ରାବ୍ରୀ କୋର୍ଟରେ ହିଁ ଉପସ୍ଥିତ ଥିଲେ।

୨୦୦୬ରେ ଲାଲୁ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ବେଆଇନ୍‌ ଭାବେ ବିଭିନ୍ନ ଘରୋଇ କମ୍ପାନୀଙ୍କୁ ରେଲୱେର ହୋଟେଲ ବୁଝାସୁଝା କରିବାକୁ  ଦାୟିତ୍ୱ ଦେଇଥିଲେ। ଏଥିପାଇଁ ବ୍ୟାପକ ଆର୍ଥିକ କାରବାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। 

ସେହିଭଳି ପାଟନାରେ ଥିବା ୩ ଏକର ଜମିରେ ମଲ୍‌ ତିଆରି କରିବାକୁ ଯୋଜନା ହୋଇଥିଲା। ପ୍ରଥମେ ଏହି ଜମିର ମାଲିକାନା ଆର୍‌ଜେଡିର ଜଣେ ବିଧାୟକଙ୍କ ପତ୍ନୀଙ୍କ ନାଁରେ ଥିଲା। କିନ୍ତୁ ବଜାର ଦରଠାରୁ କମ୍‌ ଦରରେ ଏହାର ମାଲିକାନା ଲାଲୁ ଯାଦବଙ୍କ ପତ୍ନୀ ଓ ପୁଅ ତେଜସ୍ୱୀଙ୍କ ପାଖକୁ ଆସିଥିଲା। ସିବିଆଇ ଏଭଳି ତଥ୍ୟ ପାଇବା ପରେ ଲାଲୁଙ୍କ ପରିବାର ଲୋକଙ୍କ ନାଁରେ ମାମଲା ରୁଜୁ କରିଥିଲା। 



from Odisha Reporter https://ift.tt/2NBCqY0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages