କମେଣ୍ଟ୍‌ରୁ ମିଳିଲା ପ୍ରେରଣା: ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

କମେଣ୍ଟ୍‌ରୁ ମିଳିଲା ପ୍ରେରଣା: ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌ ଅଫିସର

ips

ପ୍ରରଣା କେଉଁଠୁ ବି ମଳିପାରେ। ଯେମିତି ୨୯ବର୍ଷୀୟ ଆଇପିଏସ୍‌ ଅଫିସର୍ ଶାଲିନି ଅଗ୍ନିହୋତ୍ରୀଙ୍କୁ ମିଳିଥିଲା ଜଣେ ଅଚିହ୍ନା ବ୍ୟକ୍ତିଙ୍କ କମେଣ୍ଟ୍‌ରୁ। ଏହି କମେଣ୍ଟ୍‌ ହିଁ ତାଙ୍କୁ ସିଭିଲ୍‌ ସର୍ଭିସ୍‌ରେ ଯୋଗ ଦେବାର ସ୍ୱପ୍ନ ଦେଖାଇଥିଲା।

ips2

କ’ଣ ଥିଲା ସେ କମେଣ୍ଟ୍?

ଛୋଟବେଳେ ମା’ଙ୍କ ସହ ଦିନେ ବସ୍‌ରେ ଯାତ୍ରା କରୁଥିଲେ ଶାଲିନି। ସେ ବସିଥିବା ସିଟ୍‌ ପାଖରେ ଜଣେ ବ୍ୟକ୍ତି ଠିଆ ହୋଇଥିଲେ। ବ୍ୟକ୍ତି ଜଣଙ୍କ ବାରମ୍ବାର ସିଟ୍‌ର ମୁଣ୍ଡ ପାଖକୁ ଧରୁଥିଲେ। ବସିବାରେ ଆସୁବିଧା ହେବାରୁ ଶାଲିନି ସେହି ବ୍ୟକ୍ତିଙ୍କୁ ହାତ ଉଠାଇବାକୁ କହିଥିଲେ। କିନ୍ତୁ ବ୍ୟକ୍ତି ଜଣଙ୍କ ତାଙ୍କ କଥା ଶୁଣିଲେ ନାହିଁ। ଏହାପରେ ବ୍ୟକ୍ତି ଜଣଙ୍କ ଶାଲିନିଙ୍କ ମାଆଙ୍କୁ କହିଲେ ଯଦି ଝିଅ ତୁମର ଜଣେ DC ହୋଇଥାନ୍ତା, ତେବେ ସେ ତାଙ୍କ କଥା ମାନିଥାନ୍ତେ।

ଛୋଟ ବୟସରେ ଶାଲିନିଙ୍କୁ DC ଶବ୍ଦର ଅର୍ଥ ମଧ୍ୟ ଜଣାନଥିଲା। କିନ୍ତୁ ସେ ସେତେବେଳେ ଏହା ଭାବିଥିଲେ ଯେ, DC ଜଣେ ଶକ୍ତିଶାଳୀ ମଣିଷ ହୋଇଥିବେ। ତାଙ୍କ କଥାକୁ ସମସ୍ତେ ମାନୁଥିବେ। ତେଣୁ ସେଦିନ ସେ ଭବିଷ୍ୟତରେ ଜଣେ DC ହେବାର ମନଭିତରେ ନିଷ୍ପତ୍ତି ନେଇଯାଇଥିଲେ।

କେମିତି ବନିଲେ ଆଇପିଏସ୍‌?

ଜାନୁଆରୀ ୧୪, ୧୯୮୯ରେ ଶାଲିନିଙ୍କ ଜନ୍ମ ହୋଇଥିଲା। ହିମାଚଳ ପ୍ରଦେଶ ଉନ୍ନା ଜିଲ୍ଲା ଥଟ୍‌ହାଲ୍‌ ଗାଁରେ । ବାପା ରମେଶ ଜଣେ ବସ୍‌ କଣ୍ଡକ୍ଟର ଏବଂ ମା’ ଶୁଭଲତା ଅଗ୍ନିହୋତ୍ରୀ ଗୃହିଣୀ। ଶାଲିନି ଜଣେ ମେଧାବୀ ଛାତ୍ରୀ ଥିଲେ। DAV ସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହେବା ପରେ ସେ ହିମାଚଳ ପ୍ରଦେଶ ଏଗ୍ରିକଲ୍‌ଚର୍‌ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍‌ କରିଛନ୍ତି।

ଶାଲିନି ବାପା ମାଆଙ୍କୁ ତାଙ୍କର ସବୁଠୁ ବଡ଼ ଶକ୍ତି ଭାବନ୍ତି। କୁହନ୍ତି, ମୋ ବାପା ମା’ ମତେ ଭଲ ଶିକ୍ଷା ସବୁ କିଛିର ପରିବର୍ତ୍ତନ କରିପାରିବ ବୋଲି ଶିଖାଇଛନ୍ତି। ମୁଁ ଦଶମ ପରୀକ୍ଷାରେ  ୯୨.୨% ନମ୍ବର ରଖିଥିଲି। ଦ୍ୱାଦଶରେ ମାର୍କ କମିଲା ଏବଂ ମୁଁ ୭୭% ରଖିଲି। ତଥାପି ମୋ ବାପା ମା’ଙ୍କର ବିଶ୍ୱାସ ଥିଲା ମୁଁ ଜୀବନରେ କିଛି ବଡ଼ କରିବି। ଆଉ ତାଙ୍କର ସେହି ବିଶ୍ୱାସ ହିଁ ମୋ ପାଇଁ ସବୁକିଛି ଥିଲା। ତାହା ହିଁ ହେଲା। ଦ୍ୱାଦଶର ନିରାଶାଜନକ ଫଳାଫଳ ପରେ ମୁଁ ପୁଣି ଭଲ ମାର୍କ ରଖିବା ଆରମ୍ଭ କଲି।

ସେ କହିଛନ୍ତି, ମୋ ପରିବାରରେ ସମ୍ପର୍କୀୟ ଭଉଣୀମାନଙ୍କୁ ଏତେ ସୁବିଧା ସୁଯୋଗ ମିଳି ନଥିଲା। କିଛି ଝିଅ ବମ୍‌ ବୟସରେ ବାହା ହୋଇଯାଇଥିଲେ। କିନ୍ତୁ ମୋ ବାପା ମା’ ମତେ ସବୁବେଳେ ମୋ କ୍ୟାରିଅର ଉପରେ ଧ୍ୟାନ ଦେବାକୁ କହୁଥିଲେ। ଯେତେବେଳେ ମୁଁ ସିଭିଲ୍‌ ସର୍ଭିସ୍‌ରେ ଉତ୍ତୀର୍ଣ୍ଣ ହୋଇ ମଶୁରୀ ଟ୍ରେନିଂ ଏକାଡେମିରେ ଯୋଗଦେଲି ସେତେବେଳେ ମୋ ସହ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୋ ବାପା ମତେ ନେଇ ଗର୍ବ ଅନୁଭବ କରୁଥିବାର ମଧ୍ୟ ମୁଁ ଜାଣିପାରୁଥିଲି। ଥରେ ଯେତେବେଳେ ମୋ ସହକର୍ମୀଙ୍କ ମଧ୍ୟରୁ ଜଣେ ବାପାଙ୍କୁ ‘ସାର୍‌’ କହି ଡାକିଲେ ଏବଂ ତାଙ୍କ ସହ ଖାଇବାକୁ ଅନୁରୋଧ କଲେ ସେହି ମୁହୂର୍ତ୍ତରେ ମତେ ଲାଗିଲା ଯେ ସବୁକିଛି ଠିକ୍‌ ଚାଲିଛି।

ଶାଲିନି କହିଛନ୍ତି,“ଆମର ମଧ୍ୟବିତ୍ତ ପରିବାର ଥିଲା। ଆମର ନିଜର ଘର ନଥିଲା କି ଆମେ କେବେ ବଡ଼ ଗାଡ଼ି କିଣିନୁ। ଭଉଣୀର ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ମା’ ଘରେ ଡ୍ରେସ୍‌ ସିଲେଇ କରୁଥିଲେ। ମୋ ବାପା ମାଆ ନିଜ ପାଇଁ କିଛି କିଣିବାର ମୁଁ କେବେ ଦେଖିନି।”

ଇଣ୍ଟର୍‌ନେଟ୍‌ କଲା ସାହାଯ୍ୟ

ଶାଲିନି କହିଛନ୍ତି, ମୁଁ ଧନ୍ୟବାଦ ଦେବି ଇଣ୍ଟରନେଟ୍‌କୁ। ଘଣ୍ଟା ଘଣ୍ଟା ଧରି ମୁଁ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ସହ ବିଭିନ୍ନ ବିଷୟକୁ ନେଇ ଗବେଷଣା କରୁଥିଲି। ଏଥିସହ ମୁଁ ବିଭିନ୍ନ ପ୍ରକାର ନ୍ୟୁଜ୍‌ ପେପର୍‌ ଏବଂ ମାଗାଜିନ୍‌ ପଢୁଥିଲି।

tt

ଏସ୍‌ପିରୁ ଆରମ୍ଭ ହେଲା ଜୀବନ

ଶାଲିନି ଆଇପିଏସ୍‌ ୬୫ତମ ବ୍ୟାଚ୍‌ର ବେଷ୍ଟ୍‌ ଅଲ୍‌ରାଉଣ୍ଡର ଟ୍ରେନିଂ ଭାବେ ସମ୍ମାନିତ ହୋଇଛନ୍ତି।

ଶାଲିନିଙ୍କୁ ପ୍ରଥମେ ଆସିଷ୍ଟାଣ୍ଟ୍ ସୁପରିନ୍‌ଟେଣ୍ଡେଣ୍ଟ୍ ପୁଲିସ ଭାବେ ପ୍ରଥମେ ଶିମ୍‌ଲାରେ ପୋଷ୍ଟିଂ ଦିଆଯାଇଥିଲା। ଏବେ ସୁପରିନ୍‌ଟେଣ୍ଡେଣ୍ଟ୍ ପୁଲିସ୍‌ (ଏସ୍‌ପି) ଭାବେ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସେ କାମ କରୁଛନ୍ତି।



from OdishaReporter https://ift.tt/2MqKgmU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages