ମୁମ୍ବାଇ: ବଲିଉଡ୍ର ପ୍ଲେବ୍ୟାକ୍ ସିଙ୍ଗର ଅଭିଜିତ୍ ଭଟ୍ଟାଚାର୍ଯ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଏଥର ଜଣେ ମହିଳା ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ମୁମ୍ବାଇର ଅମ୍ବେଲି ଥାନାରେ ଅଭିଜିତ୍ଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।
ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଫୋନ୍ରେ କଥାବାର୍ତ୍ତା ବେଳେ ଅଭିଜିତ୍ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ।

ତେବେ ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅଭିଜିତ୍। ସେ କହିଛନ୍ତି ଯେ ଉକ୍ତ ମହିଳା ଜଣକ ତାଙ୍କୁ ଟଙ୍କା ଦେବାକୁ ଧମକ ଦେଇଥିଲେ।
ଅଭିଜିତ୍ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ମହିଳା ଜଣକ ଦ୍ୱିତୀୟ ମହଲାରେ ଅବୈଧ ନିର୍ମାଣ କରିଛନ୍ତି। ପୁଲିସ୍ ଏହି ମାମଲାର ଯାଞ୍ଚ କରି ତଥ୍ୟ ସଂଗ୍ରହ କରୁଛି।
from OdishaReporter https://ift.tt/2vOdrKi
No comments:
Post a Comment