ସାପ କାମୁଡ଼ାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏହି ରାଜ୍ୟର ସରକାର କରିବେ ପୂଜାପାଠ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ସାପ କାମୁଡ଼ାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏହି ରାଜ୍ୟର ସରକାର କରିବେ ପୂଜାପାଠ !

snake....

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍‌): ସରକାରୀସ୍ତରରେ ହେବ ସର୍ପ ଦୋଷ ନିବାରଣ ପାଇଁ ପୂଜା। ବିଜ୍ଞାନର ଯୁଗରେ ଏମିତି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ସାପ କାମୁଡ଼ାରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏପରି ପୂଜାପାଠ କରିବାକୁ ଘୋଷଣା କରିଛନ୍ତି।

ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ସାପ କାମୁଡ଼ାରେ ଗତ ଦୁଇ ମାସରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ଆନ୍ଧ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଚିକିତ୍ସା ବିଜ୍ଞାନର ଯାବତୀୟ ଅଗ୍ରଗତି ସତ୍ତ୍ୱେ ପ୍ରାଚୀନ ବିଶ୍ୱାସର ପରମ୍ପରାକୁ ଆପଣାଇବାକୁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଆନ୍ଧ୍ର ସରକାରଙ୍କ ଘୋଷଣା ଅନୁସାରେ, କ୍ରିଷ୍ଣା ଜିଲ୍ଲାର ପ୍ରସିଦ୍ଧ ସୁବ୍ରମଣ୍ୟେଶ୍ୱର ସ୍ୱାମୀ ମନ୍ଦିରରେ ଏହି ସର୍ପ ଦୋଷ ନିବାଚରଣ ପୂଜା ହେବ। ଅଗଷ୍ଟ ୨୯ ତାରିଖ ଅର୍ଥାତ୍‌ ବୁଧବାର, ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତଭାବେ ଏହି ପୂଜାର ଆୟୋଜନ କରିବ।

ତେବେ ରାଜ୍ୟ ସରକାରଙ୍କ ଏହି ସର୍ପ ଦୋଷ ନିବାରଣ ପୂଜାର ଆୟୋଜନକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। କିଛି ସ୍ୱେଚ୍ଛାସେବୀ ସଂଗଠନ ରାଜ୍ୟ ସରକାରଙ୍କ ଏପରି ଯୋଜନାକୁ ବିରୋଧ କରିଛନ୍ତି। ଏହି ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି,“ଏହି ଯୋଜନା ଜରିଆରେ ସରକାର ରାଜ୍ୟରେ ଅନ୍ଧ ବିଶ୍ୱାସକୁ ଉତ୍ସାହିତ କରୁଛନ୍ତି,। ପୂର୍ବରୁ ଭଲ ବର୍ଷା ହେବା ପାଇଁ ରାଜ୍ୟ ସରକାର ବରୁଣ ଯଜ୍ଞ କରିଥିଲେ। କିନ୍ତୁ ଏହାର କୌଣସି ସକାରାତ୍ମକ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପରେ ପଡ଼ି ନଥିଲା।”

ତେବେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ସରକାରଙ୍କ ଏହି ପୂଜା ଆୟୋଜନକୁ ଅନ୍ଧ ବିଶ୍ୱାସ ଭାବିବା ଉଚିତ ନୁହେଁ।”



from Odisha Reporter https://ift.tt/2wnXzgM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages