କୌଣସି କାର୍ଯ୍ୟକ୍ରମକୁ ଗଲେ ଏହିସବୁ ପଦାଧିକାରୀଙ୍କ ପାଇଁ କାହିଁକି ରହେ ସ୍ୱତନ୍ତ୍ର ବ୍ୟବସ୍ଥା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

କୌଣସି କାର୍ଯ୍ୟକ୍ରମକୁ ଗଲେ ଏହିସବୁ ପଦାଧିକାରୀଙ୍କ ପାଇଁ କାହିଁକି ରହେ ସ୍ୱତନ୍ତ୍ର ବ୍ୟବସ୍ଥା?

ନୂଆଦିଲ୍ଲୀ: ଗତକାଲି ପଞ୍ଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ। ଶେଷ ବିଦାୟ ଦେଇଛି ସାରା ଦେଶ।

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଓ ବାଚସ୍ପତି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିନ୍ତୁ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସବୁଠୁ ଶେଷରେ ପହଞ୍ଚିଥିଲେ ଓ ସଙ୍ଗେସଙ୍ଗେ ଚାଲି ଆସିଥିଲେ। ଅନେକଙ୍କ ମନରେ ପ୍ରଶ୍ନ ଉଠିଛି, ରାଷ୍ଟ୍ରପତି ଏପରି କାହିଁକି କଲେ?

ପ୍ରକୃତ କଥା ହେଉଛି, କୌଣସି ସ୍ଥାନକୁ ଗଲେ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍‌ ରହିଥାଏ। ଯାହା ସେମାନଙ୍କୁ ମାନିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କାହା ପାଇଁ ରହିଛି କେଉଁ ପ୍ରୋଟୋକଲ୍‌।

ରାଷ୍ଟ୍ରପତିଙ୍କ ପାଇଁ ପ୍ରୋଟୋକଲ୍‌

ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତେଣୁ ସବୁଠି ତାଙ୍କୁ ଅଗ୍ରାଧିକାର ଦିଆଯିବାର ପରମ୍ପରା ରହିଛି। କୌଣସି ବି କାର୍ଯ୍ୟକ୍ରମ ସ୍ଥଳକୁ ଯଦି ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଭଳି ପଦାଧିକାରୀ ଆସନ୍ତି, ତେବେ ସେମାନେ ଶେଷରେ ପହଞ୍ଚିବେ ଓ ପ୍ରଥମେ ସଭାସ୍ଥଳ ଛାଡ଼ନ୍ତି। କାରଣ ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତି କାର୍ଯ୍ୟକ୍ରମ ସ୍ଥଳରେ ଅଛନ୍ତି, ସେ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ସେଠାକୁ ଯାଇପାରିବେ ନାହିଁ।

ସେହିପରି ଯଦି ରାଷ୍ଟ୍ରପତି ସେହି ସ୍ଥାନକୁ ଆସନ୍ତି ଓ ସେଠାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଉପସ୍ଥିତ ଅଛନ୍ତି, ତେବେ ସେମାନେ ହିଁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ।

ଉପରାଷ୍ଟ୍ରପତିଙ୍କ ପାଇଁ ପ୍ରୋଟୋକଲ୍‌

ରାଷ୍ଟ୍ରପତିଙ୍କ ପରେ ଉପରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସମ୍ମାନର ଅଧିକାରୀ। କୌଣସି କାର୍ଯ୍ୟକ୍ରମ ସ୍ଥଳକୁ ଉପରାଷ୍ଟ୍ରପତି ଆସିଲେ, ତାଙ୍କୁ ପ୍ରଧାନମନ୍ତ୍ରୀ ପାଛୋଟି ନେବାର ପ୍ରୋଟୋକଲ୍‌ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରୋଟୋକଲ୍‌

ରାଷ୍ଟ୍ରପତିଙ୍କ ଓ ଉପରାଷ୍ଟ୍ରପତିଙ୍କ ପରି ପ୍ରଧାନମନ୍ତ୍ରୀଙ୍କର ବି କୌଣସି ସ୍ଥାନକୁ ଯିବା ଓ ଆସିବାର ପ୍ରୋଟକଲ୍‌ ରହିଥାଏ। କୌଣସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆସୁଥିବା ସମୟରେ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍‌ ମନ୍ତ୍ରୀ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ ଜଣାଇବାର ନିୟମ ରହିଛି। ଆଉ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳ ଛାଡ଼ିଲା ପରେ ହିଁ ଅନ୍ୟ ନେତାମାନେ ସେଠାକୁ ଯାଇପାରିବେ।

ରାଜ୍ୟପାଳ: ପ୍ରଧାନମନ୍ତ୍ରୀଙ୍କ ପରେ ରାଜ୍ୟରେ ରାଜ୍ୟପାଳଙ୍କ ପାଇଁ ମଧ୍ୟ ଏହି ପ୍ରୋଟକଲ୍‌ ଲାଗୁ ହୋଇଥାଏ। ଏହାପରେ ମୁଖ୍ୟ ବିଚାରପତି, ଲୋକସଭା ଅଧ୍ୟକ୍ଷ, କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଏହିପରି ପ୍ରୋଟକଲ୍‌ ରହିଥାଏ।

ସବୁଠୁ ଶେଷରେ ସଂଘର ରାଜ୍ୟମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ନମ୍ବର ଆସିଥାଏ। କୌଣସି ବି ସରକାରୀ କାର୍ଯ୍ୟକ୍ରମରେ ଏମାନେ ସମସ୍ତଙ୍କଠାରୁ ଆଗରେ ପହଞ୍ଚନ୍ତି ଓ ସମସ୍ତଙ୍କଠାରୁ ପଛରେ ଯାଆନ୍ତି। ଏହା ମଧ୍ୟ ପ୍ରୋଟୋକଲ୍‌ ବ୍ୟବସ୍ଥା ଅନ୍ତର୍ଗତ।



from Odisha Reporter https://ift.tt/2L3w1ms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages