୩ କୋଟି ଟଙ୍କାର ଚେକ୍‌ ସହିତ ଦୂତୀଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

୩ କୋଟି ଟଙ୍କାର ଚେକ୍‌ ସହିତ ଦୂତୀଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

duti chand

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାକର୍ତ୍ତା ଏସିଆନ୍ ଗେମ୍ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ। ଓଡ଼ିଶା ଫେରିବା ପରେ ସେ ସଚିବାଳୟରେ ଯାଇଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଦୂତୀଙ୍କ ପାଇଁ ଘୋଷଣା କରିଥିବା ୩ କୋଟି ଟଙ୍କାର ଚେକ୍ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ଦୂତୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ କ୍ରୀଡା ବିଭାଗ, ଓଡ଼ିଶା ଆଥଲେଟିକ୍ ଆସୋସିଏସନର ଅଧିକାରୀ ଓ  ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଚଳିତ ଏସିଆନ୍ ଗେମ୍ସରେ ଦୂତୀ ୧୦୦ ଓ ୨୦୦ ମିଟର ଦୌଡ଼ରେ ଦୁଇଟି ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି।



from Odisha Reporter https://ift.tt/2MF7hX3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages