
ବାଲିଗୁଡ଼ା (ଅଜିତ ନାୟକ): ସମ୍ପର୍କୀୟ ଭାଇକୁ ହତ୍ୟା ପରେ ଆତ୍ମହତ୍ୟା କଲେ ଜଣେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ।
ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବେଲଘର ଓ ତୁମୁଡ଼ିବନ୍ଧ ଥାନା ପୁଲିସ ମୃତଦେହ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପୂରା ଘଟଣା ଏମିତି। ହତ୍ୟାକାରୀ ଲଙ୍କାଗଡ଼ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗାଁର ଟିକିରି ବେହେରା ଦଳାଇ ହେଉଛି ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ଗତକାଲି ସନ୍ଧ୍ୟା ବେଳେ ସେ ନିଜ ସମ୍ପର୍କୀୟ ଭାଇ ଗୋବର୍ଦ୍ଧନ ବେହେରାଙ୍କୁ ଏକ ଟାଙ୍ଗିଆରେ ଗାଁ ମଝିରେ ଆକ୍ରମଣ କରିଥିଲା। ଫଳରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ଘଟିଥିଲା। ପରେ ଟିକିରି ନିଜ ଘରକୁ ଆସି ରଶି ଲଗାଇ ଆତ୍ମହତ୍ୟା କରିଥିଲା।
from OdishaReporter https://ift.tt/2B2DOAW
No comments:
Post a Comment