
ଓଡ଼ିଶା ରିପୋର୍ଟର: ରିଲିଜ୍ ହେବା ପରେ ଫିଲ୍ମ୍ଟି ବଲିଉଡ୍ ବକ୍ସ ଅଫିସ୍ରେ ହଙ୍ଗାମା ସୃଷ୍ଟି କରିଥିଲା। ଏପରିକି ଏହି ହିନ୍ଦୀ ମୁଭିକୁ ବାରମ୍ବାର ପରଦାରେ ଦେଖିବା ପାଇଁ ଦର୍ଶକ ହଲ୍କୁ ଧାଡ଼ି ଲମ୍ବାଇଥିଲେ। ମର୍ମସ୍ପର୍ଶୀ କାହାଣୀ, ଅଭିନୟ ଓ ହୃଦୟକୁ ଛୁଇଁବା ଭଳି ଡାଏଲଗ୍ ସହ ବିଜିନେସ୍ ଦୃଷ୍ଟିରୁ ଏହାକୁ ଇଣ୍ଡଷ୍ଟ୍ରିରେ ଆଇକନ୍ ଫିଲ୍ମର ମାନ୍ୟତା ମଧ୍ୟ ମିଳିଛି। ତେବେ ଏହି ଚର୍ଚ୍ଚିତ ଭାରତୀୟ ମୁଭି କିନ୍ତୁ ମୂଳ ରିଲିଜ୍ର ଠିକ୍ ୨୭ ବର୍ଷ ପରେ ପଡ଼ୋଶୀ ପାକିସ୍ତାନ୍ରେ ମୁକ୍ତିଲାଭ କରିଥିଲା।
ହଁ, ଆମେ କହୁଛୁ, ଅମିତାଭ୍ ବଚ୍ଚନ, ଧର୍ମେନ୍ଦ୍ର ଓ ସଞ୍ଜୀବ କୁମାର ଅଭିନୀତ ମେଗା ହିଟ୍ ଫିଲ୍ମ୍ ‘ଶୋଲେ’ର କଥା। ଦମ୍ଦାର୍ କାହାଣୀ ଓ ପ୍ରାୟ ସବୁ କଳାକାରଙ୍କ ମନଛୁଆଁ ଅଭିନୟ ସାଙ୍ଗକୁ ଫିଲ୍ମର ପ୍ରମୁଖ ଆକର୍ଷଣ ଥିଲା ‘ଗବ୍ବର ସିଂ’ଙ୍କ ଚରିତ୍ର। ଏହି ଭୂମିକାରେ ଅମ୍ଜାଦ୍ ଖାନ୍ଙ୍କ ଉଚ୍ଚକୋଟୀର ଡାଏଲଗକୁ ଏବେ ବି ସିନେପ୍ରେମୀ ମନେ ରଖିଛନ୍ତି।
୧୯୬୫ ମସିହାରେ ଭାରତ ସହ ଯୁଦ୍ଧ ଯୋଗୁ ପାକିସ୍ତାନ୍ରେ ବଲିଉଡ୍ ଫିଲ୍ମ ରିଲିଜ୍ ଉପରେ ଇସଲମାବାଦ୍ ସରକାର କଟକଣା ଜାରି କରିଥିଲେ। ଏହି କାରଣରୁ ଷାଠିଏ ଓ ସତୁରୀ ଦଶକର ବହୁ ହିଟ୍ ଫିଲ୍ମ୍ ସେତେବେଳେ ପାକିସ୍ତାନ୍ର ପ୍ରେକ୍ଷାଳୟଗୁଡ଼ିକରେ ରିଲିଜ୍ ହୋଇ ପାରିନଥିଲା। ଏହି କାରଣରୁ ୧୯୭୫ ମସିହା ଅଗଷ୍ଟ ୧୫ରେ ରିଲିଜ୍ ହୋଇଥିବା ‘ଶୋଲେ’ ପାକିସ୍ତାନ୍ର ପ୍ରେକ୍ଷାଳୟଗୁଡ଼ିରେ ମୁକ୍ତିଲାଭ କରି ନଥିଲା।
ତେବେ ଏହି କଟକଣା ହଟିବା ପରେ ‘ଶୋଲେ’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାର ପ୍ରାୟ ୨୭ ବର୍ଷ ପରେ ଅର୍ଥାତ୍ ୨୦୦୨ ଅଗଷ୍ଟ ୧୫ରେ ପାକିସ୍ତାନୀ ଫିଲ୍ମ ଡିଷ୍ଟ୍ରିବ୍ୟୁଟର୍ ଏହାକୁ ସେଠାକାର ହଲ୍ଗୁଡ଼ିକରେ ରିଲିଜ୍ କରାଇଥିଲେ।
ଏତେବର୍ଷର ବ୍ୟବଧାନ ଯୋଗୁ ‘ଶୋଲେ’କୁ ଭାରତ ଭଳି ଦର୍ଶକୀୟ ସମର୍ଥନ ପାକିସ୍ତାନ୍ରେ ମିଳି ପାରିନଥିଲା। ରିଲିଜ୍ ହେବାର ସପ୍ତାହକ ମଧ୍ୟରେ ଏହା ସେଠାରେ ମାତ୍ର ୨୮ ଲକ୍ଷ ୧୨ହଜାର ୧୪୦ଟଙ୍କା ରୋଜଗାର କରିଥିଲା।
ତେବେ ପାକିସ୍ତାନୀ ଫିଲ୍ମ ଡିଷ୍ଟ୍ରିବ୍ୟୁଟର୍ଙ୍କ କହିବା ଅନୁସାରେ, ଦୀର୍ଘ ଦିନର ବ୍ୟବଧାନ ସତ୍ତ୍ୱେ ‘ଶୋଲେ’ର କାରବାର ବେଶ୍ ଭଲ ଥିଲା ।
from OdishaReporter https://ift.tt/2w9bXcL
No comments:
Post a Comment