ଅଫିସ୍‌ରେ କାମ କଲାବେଳେ କାହିଁକି ନିଦ ଲାଗେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଅଫିସ୍‌ରେ କାମ କଲାବେଳେ କାହିଁକି ନିଦ ଲାଗେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଫିସ୍‌ରେ କାମ କରୁଥିବାବେଳେ କିଛି ଲୋକଙ୍କୁ ଅଧିକାଂଶ ସମୟ ନିଦ ଲାଗିଥାଏ। ଆଉ କିଛି ବ୍ୟକ୍ତିଙ୍କୁ ଛୁଟିରୁ ଫେରିବା ପରେ ହିଁ ଅଫିସ୍‌ରେ ଅଧିକ ଥକ୍କା ବା ନିଦ ଲାଗେ। ଏହି କାରଣରୁ ଅନେକଙ୍କୁ ଲଜ୍ଜା ଅନୁଭବ ମଧ୍ୟ କରିବାକୁ ପଡ଼ିଥାଏ।

ସ୍ୱାସ୍ଥ୍ଯ ବିଜ୍ଞାନ ଅନୁସାରେ, ଅଫିସ୍‌ରେ ଏପରି ନିଦ ଲାଗିବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି।

ଏବେ ଆସନ୍ତୁ ଜାଣିବା, ଏହିସବୁ କାରଣ

୧. ପାଣି କମ୍‌ ପିଇବା: ସାଧାରଣତଃ  ଜଣେ ବ୍ୟକ୍ତି ପ୍ରତି ଦିନ ୬ ଲିଟର ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। ଏପରି କଲେ, ଶରୀରରେ ପାଣିର ଅଭାବ ରହିବ ନାହିଁ ଓ ଆପଣ ସୁସ୍ଥ ରହିବେ। ଆବଶ୍ୟକତାରୁ କମ୍‌ ପାଣି ପିଇଲେ, ଶରୀରରେ ପାଣିର ଅଭାବ ଯୋଗୁ ବ୍ୟକ୍ତିଙ୍କ ସ୍ୱଭାବ ଚିଡ଼ିଚିଡ଼ା ହୋଇଯାଏ ଓ କୌଣସି କାମ ନକରି ମଧ୍ୟ ତାଙ୍କୁ ଥକ୍କା ଲାଗେ। ତେଣୁ ପ୍ରଚୂର ମାତ୍ରାରେ ପାଣି ପିଇଲେ, ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ।

୨. ରାତିରେ କମ୍ ଶୋଇବା: ଯଦି ଆପଣ ରାତିରେ ଭଲ ଭାବେ ଶୋଇବେ ନାହିଁ, ତେବେ ଦିନ ସାରା ଆପଣଙ୍କୁ ଥକ୍କାପଣ ଅନୁଭବ ହେବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଅଫିସ୍‌ରେ ବସିବାମାତ୍ରେ ହିଁ ନିଦ ଲାଗିବ। ତେଣୁ ସବୁବେଳେ ରାତିରେ ଠିକ୍‌ ସମୟରେ ଏବଂ ଶରୀରର ଆବଶ୍ୟକତା ଅନୁସାରେ ଶୋଇବା ଉପରେ ଧ୍ୟାନ ଦିଅନ୍ତୁ।

୩. ‘ଏନିମିଆ’ର ପ୍ରଭାବ:  ଅଫିସ୍‌ରେ ଆପଣଙ୍କୁ ନିଦ ଲାଗିବାର ଏକ କାରଣ ‘ଏନିମିଆ’ର ପ୍ରଭାବ ବି ହୋଇ ଥାଇପାରେ। ଶରୀରରେ ଲୋହିତ ରକ୍ତ କଣିକାର ଅଭାବ ହେଲେ ବ୍ୟକ୍ତିଙ୍କୁ ‘ଏନିମିଆ’ ହୋଇଥାଏ। ଏହା ସହ ଶରୀରରେ ଆଇରନ୍‌ ଓ ଭିଟାମିନ୍‌ର ଅଭାବ ଯୋଗୁ ମଧ୍ୟ ‘ଏନିମିଆ’ ହୋଇଥାଏ। ଏହି ‘ଏନିମିଆ’ର ପ୍ରଭାବରେ ବ୍ୟକ୍ତିଙ୍କୁ ଦୁର୍ବଳ ଲାଗିବା ସହ ସବୁବେଳେ ନିଦ ଲାଗିଥାଏ।

୪.ଡିପ୍ରେସନ୍ ବା ମାନସିକ ଅବସାଦ: ଯଦି ଆପଣ ମାନସିକ ଅବସାଦରେ ଅଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହି ଡିପ୍ରେସନ୍‌ କାରଣରୁ ହିଁ ଆପଣଙ୍କୁ ଶୀଘ୍ର ଥକ୍କା ଲାଗିବ ଏବଂ ଆପଣ ନିଜକୁ ଅଳସୁଆ ଅନୁଭବ କରିବେ। ଏହି କାରଣରୁ ଆପଣଙ୍କୁ ଦିନ ସାରା ନିଦ ଲାଗିଥାଏ ଓ ମନ ବିଚଳିତ ରହିଥାଏ। ତେଣୁ ଅତ୍ୟଧିକ ଦୁଃଚିନ୍ତା କରନ୍ତୁ ନାହିଁ। ସବୁବେଳେ ମୁଣ୍ଡକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।



from Odisha Reporter https://ift.tt/2NxH9da

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages