୧୦ ଥର ଲୋକସଭା ନିର୍ବାଚନ ଜିତିଥିବା ସୋମନାଥଙ୍କୁ ହରାଇଥିଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

୧୦ ଥର ଲୋକସଭା ନିର୍ବାଚନ ଜିତିଥିବା ସୋମନାଥଙ୍କୁ ହରାଇଥିଲେ ମମତା

somnath-chatterjee

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ତଥା ବରିଷ୍ଠ ସିପିଏମ୍‌ ନେତା ସୋମନାଥ ଚାଟାର୍ଜୀଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୯ବର୍ଷ ହୋଇଥିଲା। ଗତ କିଛିଦିନ ହେବ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ଲମ୍ବା ରାଜନୈତିକ କ୍ୟାରିଅରରେ ସୋମନାଥ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏକମାତ୍ର ପରାଜୟ ତାଙ୍କୁ ମମତା ବାନାର୍ଜୀଙ୍କ ଠାରୁ ମିଳିଥିଲା। ଆସନ୍ତୁ ଜାଣିବା ତାଙ୍କ ରାଜନୈତିକ କ୍ୟାରିଅର୍ ବିଷୟରେ।

୧୦ ଥର ରହିଥିଲେ ସାଂସଦ

ସୋମନାଥ ୧୦ ଥର ଲୋକସଭାର ସାଂସଦ ରହିଥିଲେ। ବିଭିନ୍ନ ସମୟରେ ସେ ପଶ୍ଚିମବଙ୍ଗର ବର୍ଦ୍ଧମାନ, ଯାଦବପୁର ଏବଂ ବୋଲପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୟୁପିଏ-୧ ସରକାର ଥିବା ବେଳେ ସେ ଲୋକସଭାର ଅଧ୍ୟକ୍ଷ ରହିଥିଲେ।

୧୯୮୪ ସାଧାରଣ ନିର୍ବାଚନରେ ଯାଦବପୁରରେ ମମତା ବାନାର୍ଜୀଙ୍କଠାରୁ ସେ ହାରି ଯାଇଥିଲେ।

୧୯୯୬ରେ ତାଙ୍କୁ ‘ସର୍ବଶ୍ରେଷ୍ଠ ସାଂସଦ’ ଭାବେ ପୁରସ୍କୃତ କରାଯାଇଥିଲା।

ସେ CPI(M) କେନ୍ଦ୍ରୀୟ ସମିତିର ସଦସ୍ୟ ଥିଲେ। ତାଙ୍କୁ ପ୍ରକାଶ କରାତଙ୍କ ବିରୋଧୀ ବୋଲି କୁହାଯାଉଥିଲା।

ଦଳରୁ ବାହାର କରିଦିଆଗଲା

୨୦୦୮ରେ ଭାରତ-ଆମେରିକା ମଧ୍ୟରେ ପରମାଣୁ ବୁଝାମଣାକୁ ବିରୋଧ କରି ସିପିଏମ୍‌ ତତ୍କାଳୀନ ମନମୋହନ ସରକାରଙ୍କଠୁ ସମର୍ଥନ ଫେରାଇ ନେଇଥିଲା। ଏହି ସମୟରେ ସୋମନାଥ ଚାଟାର୍ଜୀ ଲୋକସଭା ଅଧ୍ୟକ୍ଷ ଥିଲେ। ଦଳ ତାଙ୍କୁ ବାଚସ୍ପତି ପଦ ଛାଡ଼ିବାକୁ କହିଥିଲା, କିନ୍ତୁ ସେ ରାଜି ହୋଇ ନଥିଲେ। ଏହାପରେ ସିପିଏମ୍‌ ତାଙ୍କୁ ପାର୍ଟିରୁ ବହିଷ୍କାର କରିଦେଇଥିଲା।

ପରିବାର

ସୋମନାଥ ଚାଟାର୍ଜୀଙ୍କ ଜନ୍ମ ୨୫ଜୁଲାଇ ୧୯୨୯ରେ ଆସାମର ତେଜପୁରରେ ହୋଇଥିଲା। ବାପା ନିର୍ମଲ ଚନ୍ଦ୍ର ଚାଟାର୍ଜୀ ଏବଂ ମାଆଙ୍କ ନାଁ ଥିଲା ବୀଣାପାଣି ଦେବୀ। ତାଙ୍କ ବାପା ଜଣେ ଓକିଲ ଥିଲେ। ସେ ଜଣେ ରାଷ୍ଟ୍ରବାଦୀ ହିନ୍ଦୁ ଜାଗୃତିର ସମର୍ଥକ ମଧ୍ୟ ଥିଲେ। ତାଙ୍କ ବାପା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ ଥିଲେ।



from OdishaReporter https://ift.tt/2P4ueAD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages