ଡାକ୍ତର ଠିକ୍ ସମୟରେ ଆସିଲେନି, ଚାଲିଗଲା ଗର୍ଭବତୀଙ୍କ ଜୀବନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଡାକ୍ତର ଠିକ୍ ସମୟରେ ଆସିଲେନି, ଚାଲିଗଲା ଗର୍ଭବତୀଙ୍କ ଜୀବନ!

raurkela

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାଉରକେଲାରୁ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ମାଲଗୋଦାମ ବସ୍ତିର ହରିଶ୍ଚନ୍ଦ୍ର ପାତ୍ରଙ୍କ ପତ୍ନୀ ଭାମା କିଷାନଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ରାତି ପ୍ରାୟ ୧୧ଟାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା।

ନର୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଆସି ନଥିଲେ। ଭାମାଙ୍କ ରକ୍ତଚାପ ବଢ଼ିବା ସହ ଗୋଡ଼ହାତ ଫୁଲିବାରୁ ଡାକ୍ତରଙ୍କୁ ଡାକିବାକୁ ତାଙ୍କ ଘରକୁ ଭାମାଙ୍କ  ପରିବାର ଲୋକେ ଯାଇଥିଲେ। ତଥାପି ଡାକ୍ତର ଠିକ୍‌ ସମୟରେ ଆସି ନଥିଲେ।

ଡାକ୍ତର ଆସିଲା ବେଳକୁ ଭାମାଙ୍କ ମୃତ୍ୟୁ  ଘଟିସାରିଥିଲା। ତା ସହିତ ଗର୍ଭସ୍ଥ ଶିଶୁଟିର ପ୍ରାଣ ମଧ୍ୟ ଚାଲିଯାଇ ଥିଲା। ଭାମାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଛନ୍ତି। ଠିକ୍ ସମୟରେ ଚିକିତ୍ସା କରିଥିଲେ ଦୁଇଟି ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ସେମାନେ କହିଛନ୍ତି।

ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଭାମାଙ୍କ ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2PCKf15

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages