ପାରାଦୀପରୁ ଗୁଜରାଟ୍‌ ଗଲା ପ୍ରପିଲିନ୍‌ ଗ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ପାରାଦୀପରୁ ଗୁଜରାଟ୍‌ ଗଲା ପ୍ରପିଲିନ୍‌ ଗ୍ୟାସ

ପାରାଦୀପ (ଏନ୍‌.ଏମ୍‌. ବୈଶାଖ): ପାରାଦୀପ ତୈଳ ବିଶୋଧନାଗାରରୁ ପ୍ରଥମ ଥର ପାଇଁ ରପ୍ତାନି ହୋଇଛି ପ୍ରପିଲିନ୍‌ ଗ୍ୟାସ୍‌(Propylene Gas)। ଯାହାକି ପ୍ରଥମ ଥର ପାଇଁ ଟ୍ୟାଙ୍କର ଯୋଗେ ଗୁଜରାଟର ବରୋଦା ପ୍ଲାଣ୍ଟ୍‌କୁ ପଠା ଯାଇଛି। ଆଜି ଏହାକୁ ପତାକା ଦେଖାଇ ଶୁଭରମ୍ଭ କରିଥିଲେ ବିଶୋଧନାଗାରର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗୌରୀ ଶଙ୍କର ସିଂହ।

ଏହି ଗ୍ୟାସ୍‌ ମୁଖ୍ୟତଃ Poly Propylene unit ରେ ବ୍ୟବହୃତ ହୋଇଥାଏ। ଯେଉଁଥିରୁ ସମସ୍ତ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦିତ ହୋଇଥାଏ।ବର୍ତ୍ତମାନ  ପାରାଦୀପ ତୈଳ ବିଶୋଧନାଗାରରେ ଦୈନିକ ପ୍ରାୟ ୩୦୦ ମେଟ୍ରିକ୍ ଟନ୍‌ ପ୍ରପିଲିନ୍‌ ଗ୍ୟାସ୍‌  ଉତ୍ପାଦିତ ହେଉଛି। ଏବେ ପ୍ରାୟ ୪୦୦୦ ମେଟ୍ରିକ୍ ଟନ୍ ଗଚ୍ଛିତ ରହିଛି।

ପାରାଦୀପରେ ଏବେ ଏକ ନୂତନ Poly Propylene unit  ନିର୍ମାଣାଧୀନ ରହିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ବାହାରେ ଏହି ଗ୍ୟାସ୍‌ର ଚାହିଦା  ଥିବାରୁ ଏହାକୁ ବାହାରକୁ ପଠା ଯାଉଛି। କିନ୍ତୁ ପାରାଦୀପରେ  Poly Propylene unit କାର୍ଯ୍ୟକ୍ଷମ ହେଲେ ଏହା ପ୍ରଥମେ ପାରାଦୀପରେ ବ୍ୟବହୃତ ହେବ। ବଳକା ବାହାରକୁ ପଠାଯିବ ବୋଲି ଜଣାପଡିଛି।



from Odisha Reporter https://ift.tt/2NhPgdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages