ଭାରତ ୧୮୦/୪: ପୂଜାରାଙ୍କ ଅର୍ଦ୍ଧଶତକ, କୋହଲି ୪୬ରେ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଭାରତ ୧୮୦/୪: ପୂଜାରାଙ୍କ ଅର୍ଦ୍ଧଶତକ, କୋହଲି ୪୬ରେ ଆଉଟ୍‌

ସାଉଥାମ୍ପଟନ୍‌: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ୪ ୱିକେଟ ହରାଇ ସାମାନ୍ୟ ଅଡ଼ୁଆରେ ପଡ଼ିଛି। ତେବେ ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରି କ୍ରିଜ୍‌ରେ ଥିବାରୁ ଭାରତର ପଲା ଭାରି ରହିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୪ ୱିକେଟ୍‌ ହରାଇ ୧୮୧ ରନ୍‌ କରିଛି। ପୂଜାରା ୭୦ ରନ୍‌ କରିଥିବା ବେଳେ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତ ୨୬ଟି ବଲ୍‌ ଖେଳିଥିଲେ ହେଁ ଏଯାଏ ଖାତା ଖୋଲି ନାହାନ୍ତି।

ଏବେ ଭାରତ ତା’ର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ସ୍କୋର ତୁଳନାରେ ବଡ଼ ଲିଡ୍ ହାସଲ ଲକ୍ଷ୍ୟରେ ରହିଛି। ଭାରତ ହାତରେ ୬ଟି ୱିକେଟ୍‌ ଥିବା ବେଳେ ଦଳ ଇଂଲଣ୍ଡଠାରୁ ମାତ୍ର ୬୫ ରନ୍‌ ପଛରେ ରହିଛି।

ତେବେ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ବିରାଟ୍‌ କୋହଲି ୪୬ ରନ୍‌ରେ ଆଉଟ୍‌ ହୋଇ ଭାରତୀୟ ଶିବିରରେ ନିରାଶା ଖେଳାଇ ଦେଇଛନ୍ତି।

ଇଂଲଣ୍ଡର ପ୍ରଥମ ଇନିଂସ ୨୪୬ ରନ୍‌ ଜବାବ୍‌ରେ ଟିମ୍‌ ଇଣ୍ଡିଆ ଏକଦା ୫୦ ରନ୍‌ରେ ଦୁଇ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ତୃତୀୟ ୱିକେଟ୍‌ ପାଇଁ ବିରାଟ୍‌ ଓ ପୂଜାରା ୯୨ ରନ୍‌ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ।

ଉଭୟ ବେଶ ସାହସିକତାର ସହ ଇଂଲଣ୍ଡ ବୋଲର୍‌ଙ୍କୁ ମୁକାବିଲା କରି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର  ହେଉଥିବା ବେଳେ ନବାଗତ ସାମ କରାନ୍‌ କୋହଲିଙ୍କୁ ଆଲିଷ୍ଟର କୁକ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଭାରତକୁ ଜବରଦସ୍ତ ଝଟ୍‌କା ଦେଇଥିଲେ।

ଏହାପରେ ବିରାଟ୍‌ଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ବେନ୍‌ ଷ୍ଟୋକ୍ସଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ହୋଇ ଯାଇଥିଲେ। ରାହଣେ ଆଉଟ୍‌ ହେବା ପୂର୍ବରୁ ୧୪ଟି ବଲ୍‌ରେ ୧୧ ରନ୍‌ କରିଥିଲେ।

ଅନ୍ୟପଟେ ଭାରତୀୟ ବ୍ୟାଟିଂ ଅର୍ଡର ମଙ୍ଗ ଧରିଥିବା ପୂଜାରା କିନ୍ତୁ ସାମ୍‌ କରାନ୍‌ଙ୍କ ବଲ୍‌ରେ ସିଙ୍ଗଲ୍‌ ନେଇ ଚଳିତ ସିରିଜ୍‌ରେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପୂଜାରାଙ୍କ ଟେଷ୍ଟ କ୍ୟାରିୟର୍‌ର ୧୯ ତମ ଅର୍ଦ୍ଧଶତକ।



from Odisha Reporter https://ift.tt/2NwuhEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages