
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ସମସ୍ତଙ୍କ ପାଖରେ ଏଟିଏମ୍ କାର୍ଡ ରହୁଛି। କିନ୍ତୁ ଅନେକ ସମୟରେ ଆପଣ ଘରୁ ତରତର ହୋଇ ବାହାରିବା ବେଳେ ଏଟିଏମ୍ କାର୍ଡ ସାଙ୍ଗରେ ନେବାକୁ ଭୁଲି ଯାଇଥାନ୍ତି ଓ ଟଙ୍କା ଉଠାଇ ପାରିନଥାନ୍ତି।
ଏପରି ସମସ୍ୟା ପ୍ରାୟ ସମସ୍ତେ ସମ୍ମୁଖୀନ ହୋଇଥିବେ। ତେବେ ଯଦି ଆପଣ ଏଟିଏମ୍ କାର୍ଡ ନେଇ ନାହାନ୍ତି ଓ ଟଙ୍କା ଉଠାଇବାର ଅଛି, ତେବେ କିଛି ଚିନ୍ତା କରିବାର ନାହିଁ। ଏକ ଉପାୟ ଅଛି, ଯାହାଦ୍ୱାରା ଆପଣ ବିନା କାର୍ଡରେ ମଧ୍ୟ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ।
ଆସନ୍ତୁ, ଜାଣିବା ବିନା କାର୍ଡରେ କିପରି ଏଟିଏମ୍ରୁ ଟଙ୍କା ବାହାର କରିବେ।
୧. ଏଥିପାଇଁ ପ୍ରଥମେ ନିଜ ବ୍ୟାଙ୍କରେ ରେଜିଷ୍ଟ୍ରେସନ୍ କରନ୍ତୁ। ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମଧ୍ୟ ଆପଣ ରେଜିଷ୍ଟ୍ରେସନ୍ କରିପାରିବେ।
୨. ରେଜିଷ୍ଟ୍ରେସନ୍ ପରେ ଆପଣଙ୍କୁ ଏଟିଏମ୍ ପିନ୍ ନମ୍ୱର ପରି ଏକ ୪ ଅଙ୍କର ନମ୍ୱର ମିଳିବ। ଏହି ନମ୍ୱରକୁ ଆପଣ ୟୁଜର୍ ସିକ୍ୟୁରିଟି ପିନ୍ ବା ଅଥରିଟି ପିନ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ।
୩. ରେଜିଷ୍ଟ୍ରେସନ୍ ଓ ପିନ୍ ନମ୍ବର ମିଳିବା ପରେ ନିଜ ମୋବାଇଲ୍ରେ ବ୍ୟାଙ୍କ୍ ସହିତ ଜଡ଼ିତ ଏକ ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବାକୁ
ପଡ଼ିବ। ଆପଣଙ୍କୁ ଏଥିପାଇଁ ଏସ୍ଏମ୍ଏସ୍ର ଅପ୍ସନ୍ ଦିଆଯିବ। ଏହି ଏସ୍ଏମ୍ଏସ୍ ଅପ୍ସନ୍ ମାଧ୍ୟମରେ ବ୍ୟାଙ୍କ୍ ଆପଣଙ୍କୁ ଆପ୍ର ୱେବ୍
ଲିଙ୍କ୍ ପଠାଇବ।
କିନ୍ତୁ ମନେ ରଖନ୍ତୁ, ଯଦି ଆପଣ ଏହି ଆପ୍କୁ ଡାଉନ୍ଲୋଡ୍ କରିବେ ନାହିଁ, ତେବେ ଆପଣଙ୍କ ଶ୍ରମ ବେକାର ହୋଇଯିବ।
୪. ଆପ୍ ଡାଉନ୍ଲୋଡ୍ ପରେ ଏହାର ସାହାଯ୍ୟ ନେଇ ଆପଣଙ୍କୁ ଏକ ପାସ୍ୱାର୍ଡ ସୃଷ୍ଟି କରିବାକୁ ପଡ଼ିବ। ଏଟିଏମ୍ ମେସିନ୍କୁ ଯାଇ ଏହି ପାସ୍ୱାର୍ଡ ଜରିଆରେ ଆପଣ‘କ୍ୟାସ୍ ଅନ୍ ମୋବାଇଲ୍’ ଅପସନ୍ ମାଧ୍ୟମରେ ବିନା ଏଟିଏମ୍ କାର୍ଡରେ ଟଙ୍କା ବାହାର କରିପାରିବେ।
୬. ଏହି ଅପ୍ସନ୍ ଜରିଆରେ ଆପଣ କେବଳ ୫୦୦୦ ପର୍ଯ୍ୟନ୍ତ ଟଙ୍କା ବାହାର କରିପାରିବେ।
ଅବଶ୍ୟ ବର୍ତ୍ତମାନ ଏହି ସେବା ସବୁ ବ୍ୟାଙ୍କରେ ଉପଲବ୍ଧ ହୋଇନାହିଁ। ଅଳ୍ପ କିଛି ବ୍ୟାଙ୍କରେ ‘କ୍ୟାସ୍ ଅନ୍ ମୋବାଇଲ୍’ର ସୁବିଧା ରହିଛି। ବୁଝିନିଅନ୍ତୁ, ଆପଣଙ୍କ ବ୍ୟାଙ୍କ ସେ ତାଲିକାରେ ଅଛି କି ନାହିଁ ।
from OdishaReporter https://ift.tt/2L28XVe
No comments:
Post a Comment