ଆଜି ଉପରାଷ୍ଟ୍ରପତି ଆସିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଆଜି ଉପରାଷ୍ଟ୍ରପତି ଆସିବେ

venkaiah

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

ସକାଳ ୮ଟା ୨୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ। ସେଠାରେ ସେ ବ୍ରେକ୍‌ଭ୍ରାଷ୍ଟ କରିବେ।

୯ଟା ୩୫ମିନିଟ୍‌ରେ ସେ ରାଜଭବନରୁ ବାହାରି ଏମ୍‌ସ ଅଭିମୁଖେ ଯିବେ। ସେଠାରେ ମୁଖ୍ୟ ଅତିଥି ଭାବେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

୧୧ଟା ୫୦ମିନିଟ୍‌ରେ ଉପରାଷ୍ଟ୍ରପତି ଏମ୍‌ସରୁ ସିଧାସଳଖ ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯିବେ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଭୁବନେଶ୍ୱର ଏମ୍‌ସ୍‌ର ଏହି ପ୍ରଥମ ସମାବର୍ତ୍ତନ ଉତ୍ସବରେ ୫୦ ଜଣ ଏମ୍‌ବିବିଏସ୍ ଏବଂ ୫୬ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ୨୪ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

ଏମ୍‌ସ୍‌ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

 



from Odisha Reporter https://ift.tt/2wanvxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages