
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ଆସି ପହଞ୍ଚିଛି ଇଭିଏମ୍। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୩୦ ହଜାରରୁ ଅଧିକ ଇଭିଏମ୍ ଝାରସୁଗୁଡ଼ାରେ ପହଞ୍ଚିଛି। ଝାରସୁଗୁଡ଼ା, କଟକ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଲାଗି ମୋଟ ୭୦ଟି କଣ୍ଟେନର୍ରେ ଏହି ଇଭିଏମ୍ ଆସିଛି।
ଉତ୍ତର ପ୍ରଦେଶରୁ ଆସି ଝାରସୁଗୁଡ଼ା ଷ୍ଟେସନ୍ରେ ପହଞ୍ଚିବା ପରେ ସେଠାରୁ ଝାରସୁଗୁଡ଼ା କଣ୍ଟେନର୍ କର୍ପୋରେସନ୍ ୟାର୍ଡକୁ ନିଆଯାଇଛି। ଏଠାରୁ ଆସନ୍ତା ୧୭ ତାରିଖ ମଧ୍ୟରେ ଏହି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଗୁଡ଼ିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ।
from OdishaReporter https://ift.tt/2MM9Dzp
No comments:
Post a Comment