
ଲଣ୍ଡନ୍: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଲଜ୍ଜାଜନକ ଭାବେ ଭାରତ ପରାସ୍ତ ହୋଇଛି। ଏକ ଇନିଂସ ଓ ୧୫୯ ରନ୍ରେ ଭାରତକୁ ହରାଇଛି ଇଂଲଣ୍ଡ। ଫଳରେ ୫ ଟିକିଆ ସିରିଜରେ ୨-୦ରେ ଇଂଲଣ୍ଡ ଆଗୁଆ ରହିଛି।
ବର୍ଷାରେ ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍ରେ କଷ୍ଟେମଷ୍ଟେ ୧୦୭ ରନ୍ କରିଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ୨୯ ରନ୍ କରିଛନ୍ତି। ଏହାର ଜବାବରେ ଇଂଲଣ୍ଡ ୭ ୱିକେଟ୍ ହରାଇ ୩୯୬ ରନ୍ କରି ପାଳି ଘୋଷଣା କରିଥିଲା। ଇଂଲଣ୍ଡ ପକ୍ଷରୁ ଅଲରାଉଣ୍ଡର ସିଆର୍ ୱକସ୍ ୧୩୦ ରନ୍ କରି ନଟ୍ଆଉଟ୍ ରହିଥିଲେ।
୨୮୯ ରନ୍ର ପିଛା କରି ଭାରତର ଓପ୍ନିଂ କରିବାକୁ ଆସିଥିଲେ ମୂରଲୀ ବିଭୟ ଓ କେଏଲ୍ ରାହୁଲ। ମୂରଲୀ ଖାତା ଖୋଲି ନପାରି ଆଉଟ୍ ହୋଇଯାଇଥିଲେ। ରାହୁଲ୍ ୮, ପୂରାରା ୧, ବିରାଟ୍ କୋହଲି ୨୩, ଆଜିଙ୍କ୍ୟା ରାହାଣେ ୧୮, ଅଶ୍ୱିନ୍ ୨୯ କରି ଆଉଟ୍ ହୋଇଥିଲେ। ଫଳରେ ଭାରତ ୧୩୦ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ।
ଇଂଲଣ୍ଡ ପକ୍ଷରୁ ଜିମି ଆଣ୍ଡରସନ୍ ୫ଟି ୱିକେଟ୍, ବ୍ରଡ୍ ଗୋଟିଏ, ଏସ୍.ଏନ୍ କୁରେନ୍ ଗୋଟିଏ ଓ ସିଆର୍ ୱକସ୍ ୨ଟି ୱିକେଟ୍ ନେଇନ୍ତି।
from OdishaReporter https://ift.tt/2KL5o5D
No comments:
Post a Comment