
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡେଇଁବାରେ ଲାଗିଛି ଡେଙ୍ଗୁ। କେବଳ ଲଡୁଗାଁରେ ସରକାରୀ ଭାବେ ୧୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବରେ ଏହି ସଂଖ୍ୟା ୨୦୦ ବୋଲି କୁହାଯାଉଛି। ଡେଙ୍ଗୁ ଭୟରେ ଏଠାରେ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଛି।
ଡେଙ୍ଗୁ ଭୟରେ ଗତ ୧୫ ଦିନ ହେବ ଛାତ୍ରଛାତ୍ରୀମାନେ ସ୍କୁଲ୍ ଆସୁ ନାହାନ୍ତି। ଲଡୁଗାଁ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗତ ୧୫ ଦିନ ହେବ ଏଠାରେ ଉପସ୍ଥାପନ ସଂଖ୍ୟା ୩୦ରୁ ୫୦ ମଧ୍ୟରେ ରହୁଛି।
ଲଡୁଗାଁ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ହେବ ଉପସ୍ଥାନ ପୂରା ଶୂନ ହୋଇଯାଇଛି। ସ୍କୁଲ୍କୁ କେବଳ ଦୁଇ ଜଣ ଶିକ୍ଷକ ଆସୁଛନ୍ତି ଓ ବସି ବସି ଯାଉଛନ୍ତି।
କେବଳ ସ୍କୁଲ ନୁହେଁ, କିଛି ଦିନ ହେବ ଏଠାକାର ଦୋକାନ ବଜାର ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅଳ୍ପ କିଛି ଦୋକାନକୁ ଛାଡ଼ି ଦେଲେ ଆଉ ସବୁ ଦୋକାନ ଦୀର୍ଘ ଦିନ ହେବ ବନ୍ଦ ରହିଛି। ଏପରିକି ଏଠାରେ ବସୁଥିବା ସାପ୍ତାହିକ ବଜାର ମଧ୍ୟ ବନ୍ଦ ରହିଛି।
ଡେଙ୍ଗୁ ଭୟରେ ଆଖପାଖ ଲୋକ ଲଡୁଗାଁକୁ ଆସୁ ନାହାନ୍ତି। ଲୋକେ ଚିକିତ୍ସା ପରେ ବି ଡେଙ୍ଗୁ ଭୟରେ ଆଉ ଗାଁକୁ ଫେରୁ ନାହାନ୍ତି।
from Odisha Reporter https://ift.tt/2LsgfS3
No comments:
Post a Comment