ଏୟାରହୋଷ୍ଟେସ୍‌ ମାଆଙ୍କ ଇଚ୍ଛା ପୂରଣ ହେଲା, ଅବସର ଦିନ ବିମାନ ଉଡ଼ାଇଲେ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଏୟାରହୋଷ୍ଟେସ୍‌ ମାଆଙ୍କ ଇଚ୍ଛା ପୂରଣ ହେଲା, ଅବସର ଦିନ ବିମାନ ଉଡ଼ାଇଲେ ଝିଅ

780

ମୁମ୍ବାଇ: ଗତ ଜୁଲାଇ ୩୧ ତାରିଖଟି ପୂଜା ଚିଞ୍ଚଙ୍କରଙ୍କ ପାଇଁ ଖାସ୍‌ ଥିଲା। କାରଣ ୩୮ ବର୍ଷ ଧରି ଏୟାରହୋଷ୍ଟେସ୍ ଭାବେ କାର୍ଯ୍ୟ କରିବା ପରେ ସେଦିନ ସେ ଅବସର ନେଇଥିଲେ। ତେବେ ତାଙ୍କର ଏକ ଇଚ୍ଛା ଥିଲା। ସେ ଅବସର ନେବା ଦିନ ଝିଅ ଆଶ୍ରିତା ବିମାନ ଚଲାନ୍ତୁ ବୋଲି ସେ ଚାହୁଁଥିଲେ। ତାଙ୍କର ସେହି ଇଚ୍ଛାକୁ ପୂରଣ କରିଥିଲେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ। ଏୟାରହୋଷ୍ଟେସ୍ ଭାବେ ପୂଜାଙ୍କ ଶେଷ ବିମାନ ଯାତ୍ରାରେ ଝିଅ ଆଶ୍ରିତା କକ୍‌ପିଟ୍‌ରେ କୋ-ପାଇଲଟ୍‌ ବା ସହଯୋଗୀ ବିମାନ ଚାଳକ ଭାବେ ଉପସ୍ଥିତ ଥିଲେ।

ସେଦିନ ବେଙ୍ଗାଲୁରୁରୁ ମୁମ୍ବାଇକୁ ଏୟାର ଇଣ୍ଡିଆର ଏହି ବିମାନ ଉଡ଼ାଣ ଭରିବା ବେଳେ କ୍ୟାପ୍‌ଟେନ୍‌ ପରେଶ ନରୁରକରଙ୍କ ଏକ ଘୋଷଣା ଯାତ୍ରୀମାନଙ୍କୁ ଭାବବିହ୍ୱଳ କରି ଦେଇଥିଲା। ସେ ପୂଜାଙ୍କ ଅବସର ବିଷୟ ଘୋଷଣା କରିଥିଲେ।

ସେ କହିଥିଲେ,“ବିମାନ ଅବତରଣ କରିବା ପରେ ଆମର ସବୁଠୁ ବରିଷ୍ଠ ଏୟାରହୋଷ୍ଟେସ୍ ପୂଜା ଚିଞ୍ଚଙ୍କର ଅବସର ନେଇ ଯିବେ। ସେ ୩୮ ବର୍ଷ ଧରି ଏୟାରହୋଷ୍ଟେସ୍ ଭାବେ ସେବା ପ୍ରଦାନ କରି ଆସିଥିଲେ। ତାଙ୍କର ବିମାନ ସେବାକୁ ତାଙ୍କ ଝିଅ ଆଶ୍ରିତା ଆଗେଇ ନେବେ। ସେ ଏବେ ମୋ ସହିତ କକ୍‌ପିଟ୍‌ରେ କୋ-ପାଇଲଟ୍‌ ଭାବେ ଉପସ୍ଥିତ ଅଛନ୍ତି।”

ଏହା ପରେ ପୂଜା ଯାତ୍ରୀଙ୍କ ଗହଣଙ୍କୁ ଆସିଥିଲେ ଓ ସମସ୍ତଙ୍କୁ ହାତଯୋଡ଼ି ନମସ୍କାର କରିଥିଲେ। ଯାତ୍ରୀମାନେ ମଧ୍ୟ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ମୁମ୍ବାଇ ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ପୂଜା ଓ ତାଙ୍କ ଝିଅ ଦ୍ୱାର ପାଖରେ ଛିଡ଼ା ହୋଇ ଯାତ୍ରୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଯାତ୍ରୀମାନେ ପୂଜାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପୂଜାଙ୍କର ଇଚ୍ଛା ଥିଲା ତାଙ୍କ ଝିଅ ଏୟାର ଇଣ୍ଡିଆରେ ପାଇଲଟ୍ ହୁଅନ୍ତୁ। ଝିଅ ତାଙ୍କ ସ୍ୱପ୍ନ ପୂରା କରିଛନ୍ତି। ପୂଜା ଯେତେବେଳେ ଏୟାର ଇଣ୍ଡିଆରେ ଯୋଗ ଦେଲେ ସେତେବେଳେ କେବଳ ଦୁଇ ଜଣ ମହିଳା ପାଇଲଟ୍ ଥିଲେ। ପାଇଲଟ୍ ହେବା ପାଇଁ ଆଶ୍ରିତା କାନାଡ଼ାରେ ତାଲିମ ନେଇଥିଲେ। ସେ ୨୦୧୬ରେ ସେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ।



from OdishaReporter https://ift.tt/2KlH1Lv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages