
ମୁମ୍ବାଇ: କ୍ୟାନ୍ସର୍ରେ ପୀଡ଼ିତ ହୋଇଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତେବେ ନିୟମିତ ବ୍ୟବଧାନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ସୂଚନା ସେ ଦେଉଛନ୍ତି। ନିଜର କିଛି କିଛି ଫଟୋକୁ ବି ସେ ସୋଶାଲ୍ ମିଡିଆରେ ଶେୟାର୍ କରୁଛନ୍ତି। କିଛି ଦିନ ତଳେ ସେ ଏକ ଫଟୋ ଶେୟାର୍ କରିଥିଲେ। ଏଥିରେ ସେ ପୂରା ଲଣ୍ଡା ହୋଇଯାଇଥିଲେ।
ଗତକାଲି ସୋନାଲି ତାଙ୍କର ଆଉ ଏକ ଫଟୋ ଶେୟାର୍ କରିଛନ୍ତି। ଏଥିରେ ସେ ନ୍ୟୁୟର୍କର ଏକ ବୁକ୍ ଷ୍ଟୋର୍ରେ ଅଛନ୍ତି। ହାତରେ ବହି ଧରିଛନ୍ତି। ସେ ମୁଣ୍ଡରେ ଏକ କପଡ଼ା ବାନ୍ଧିଛନ୍ତି ଓ ତା’ ଉପରେ ଟୋପି ପିନ୍ଧିଛନ୍ତି।
ଏହି ଫଟୋକୁ ପୋଷ୍ଟ୍ କରି ସେ ଲେଖିଛନ୍ତି-“ହ୍ୟାପି ବୁକ୍ ଲଭର୍ସ ଡେ!” ସୂଚନାଯୋଗ୍ୟ, ଗତକାଲି ବୁକ୍ ଲଭର୍ସ ଡେ’ ଥିଲା।
from OdishaReporter https://ift.tt/2Mdl4Dn
No comments:
Post a Comment