ଜାଣନ୍ତୁ, ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା କ’ଣ ମିଳେ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଜାଣନ୍ତୁ, ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା କ’ଣ ମିଳେ ଫାଇଦା

hard-boiled-egg55

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଣ୍ଡାର ଧଳା ଅଂଶକୁ ଖାଇବା ପାଇଁ ଆଜିର ଯୁବପିଢ଼ି ଖୁବ୍‌ ପସନ୍ଦ କରିଥା’ନ୍ତି। ବିଶେଷ କରି ଯେଉଁମାନେ ସୁନ୍ଦର ସ୍ୱାସ୍ଥ୍ୟ ଚାହୁଁଥାନ୍ତି, ସେମାନେ ଅଣ୍ଡାର ଧଲା ଅଂଶକୁ ପ୍ରତିଦିନ ଖାଆନ୍ତି । ଅଣ୍ଡାର କେଶରରେ ଫ୍ୟାଟ୍‌ ଏବଂ କୋଲେଷ୍ଟ୍ରଲ୍‌ ରହିଥିବାରୁ ଏହାକୁ ଖାଇବା ପାଇଁ ସମସ୍ତେ ନାପସନ୍ଦ କରିଥାନ୍ତି।

ତେବେ ଏହା ଆପଣ ଜାଣିବା ଜରୁରୀ ଯେ ଅଣ୍ଡାର ଧଳା ଅଂଶରେ ଥିବା ୪ଟି ଗୁଣ ଆମ ଶରୀର ପାଇଁ ଖୁବ୍ ଉପଯୋଗୀ। ତେଣୁ ଏହାକୁ ପ୍ରତିଦିନ ଖାଇବା ଉଚିତ୍‌।

egg3

କ’ଣ ଏହି ୪ଟି ଗୁଣ

୧. ମସ୍ତିଷ୍କରୁ ସ୍ନାୟୁକୁ ସଂକେତ ପ୍ରକ୍ରିୟା ତ୍ୱାରାନ୍ୱିତ କରେ

ଅଣ୍ଡାର ଧଳା ଅଂଶରେ କୋଲାଇଲ୍‌ ଭିଟାମିନ୍‌ ରହିଛି। ଏହା ମସ୍ତିଷ୍କରୁ ଶରୀରର ସ୍ନାୟୁଗୁଡ଼ିକୁ ସଙ୍କେତ ପହଞ୍ଚାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏହା ସହ ସ୍ନାୟୁସବୁକୁ ସୁରକ୍ଷା ମଧ୍ୟ ଦେଇଥାଏ।
ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ଅନୁସାରେ, ଛୋଟ ପିଲାଙ୍କୁ ପ୍ରତିଦିନ ଗୋଟିଏ ଅଣ୍ଡା ୬ମାସ ଯାଏ ଖାଇବାକୁ ଦିଆଗଲେ, ସେମାନଙ୍କ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ। ଏହା ସହିତ ସେମାନେ ଅଣ୍ଡାର କେଶରକୁ ମଧ୍ୟ ଖାଇପାରିବେ।

୨. ମାଂସପେଶୀକୁ ମଜବୁତ୍‌ କରେ

ଅଣ୍ଡାର ଧଳା ଅଂଶରେ ଥିବା ପ୍ରୋଟିନ୍‌ ମାଂସପେଶୀର ବୃଦ୍ଧିରେ ସାହାଯ୍ୟ କରିଥାଏ। ଏହାକୁ ପ୍ରତିଦିନ ଖାଇଲେ ମାଂସପେଶୀ ମଜବୁତ୍‌ ରହିଥାଏ। ଏହା ସହ ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଆପଣଙ୍କୁ ଥକା କମ୍‌ ଲାଗିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

hard-boiled-eggjpg22

୩. ମୋଟାପଣ ଦୂର କରେ

ଅଣ୍ଡାର ଧଳା ଅଂଶରେ ଅଧିକ ପରିମାଣର ପୁଷ୍ଟିସାର ଥିବାରୁ ଏହାକୁ ଖାଇଲେ, ମୋଟା ହେବାର ସମ୍ଭାବନା ହ୍ରାସ ପାଇଥାଏ। କୁହାଯାଏ, ମୋଟା ଲୋକଙ୍କ ପାଇଁ ଏହା ଏକ ମହୋଷଧି। ଫ୍ୟାଟ୍‌ ଲେଭଲ୍‌ କମ୍ ଥିବାରୁ ଏଥିରେ ଥିବା କ୍ୟାଲୋରୀ ଆପଣଙ୍କ ଶରୀରକୁ ଦୀର୍ଘ ସମୟ ପାଇଁ ସୁସ୍ଥ ରଖିଥାଏ।

୪. ହାଡ଼ ମଜବୁତ୍‌ ରଖେ

ଅଣ୍ଡାର ଧଳା ଅଂଶରେ ପ୍ରଚୁର ପରିମାଣରେ କ୍ୟାଲ୍‌ସିୟମ୍‌ ଥିବାରୁ ଏହା ହାଡ଼ ପାଇଁ ଖୁବ୍‌ ଉପଯୋଗୀ। ପ୍ରତିଦିନ ଏହାକୁ ଖାଇଲେ ଶରୀରର ହାଡ଼ ଶକ୍ତ ହୁଏ। ଏହା ସହିତ ହାଡ଼କୁ ଦୀର୍ଘ ସମୟ ପାଇଁ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

 

 

 

 

 

 

 

 

 

 



from Odisha Reporter https://ift.tt/2PflCGL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages