୪୩ ବର୍ଷ ପୂର୍ବେ ‘ରାମଗଡ଼’ ଗାଁରେ ଶୁଟିଂ ହୋଇଥିଲା ଶୋଲେ, ଜାଣନ୍ତୁ ଏବେ କେମିତି ଅଛି ସେହି ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

୪୩ ବର୍ଷ ପୂର୍ବେ ‘ରାମଗଡ଼’ ଗାଁରେ ଶୁଟିଂ ହୋଇଥିଲା ଶୋଲେ, ଜାଣନ୍ତୁ ଏବେ କେମିତି ଅଛି ସେହି ଗାଁ

ମୁମ୍ବାଇ: ୧୫ ଅଗଷ୍ଟ ୧୯୭୫। ଆଜକୁ ୪୩ ବର୍ଷ ପୂର୍ବେ ହିନ୍ଦୀ ସିନେମାର କାଳଜୟୀ ଫିଲ୍ମ ଶୋଲେ ରିଲିଜ୍‌ ହୋଇଥିଲା। ଫିଲ୍ମରେ ଆକ୍ସନ୍‌, କମେଡି, ରୋମାନ୍ସ ଏବଂ ଟ୍ରାଜେଡ଼ି ସବୁକିଛି ଥିଲା। ଏହି ଚଳଚ୍ଚିତ୍ରରେ ମଲ୍‌ଟି ଷ୍ଟାର୍‌ ମଧ୍ୟ ଥିଲେ।

ସେଥିରେ ଅଭିନୟ କରିଥିବା କଳାକାରଙ୍କ ନିଜ ନାଁ ଅପେକ୍ଷା କାହାଣୀରେ ସେ ଫୁଟାଇଥିବା ଚରିତ୍ରକୁ ଲୋକେ ବେଶୀ ମନେ ରଖିଛନ୍ତି। ଫିଲ୍ମର ସବୁଠୁ ଚର୍ଚ୍ଚିତ କଳାକାର ଥିଲେ ଅମ୍‌ଜାଦ୍‌ ଖାନ୍। ହେଲେ ତାଙ୍କ ପ୍ରକୃତ ନାମ ଅପେକ୍ଷା ଗବ୍ବର ସିଂ ନାମରେ ସେ ବେଶୀ ଚର୍ଚ୍ଚିତ। ଏହି ନାଁ ଟି ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ତାହା ବଲିଉଡ ଇତିହାସରେ ସବୁଦିନ ପାଇଁ ରହିଗଲା।

ପୂରା ଫିଲ୍ମର ଶୁଟିଂ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ମହୀଶୂର ମଝିରେ ସ୍ଥିତ ପାହାଡ଼ ଘେରା ‘ରାମନଗରମ’ରେ ହୋଇଥିଲା। ସେ ସମୟରେ ଉତ୍ତରଭାରତର ‘ରାମଗଡ଼’ ନାମରେ ଏକ ଡକାୟତ-ପ୍ରବଣ ଅଞ୍ଚଳ ଥିଲା ଯାହା ଖୁବ୍‌ ଆତଙ୍କ ସୃଷ୍ଟି କରିଥିଲା।

ସେହି ‘ରାମଗଡ଼’ ନାଁରେ ‘ରାମନଗରମ’କୁ ଫିଲ୍ମରେ ନାମିତ କରାଯାଇଥିଲା। ସେଇଠି ଦୁଇ ବର୍ଷରୁ ଅଧିକ ସମୟ ଧରି ଫିଲ୍ମର ଶୁଟିଂ ହୋଇଥିଲା। ସେହି ଗାଁକୁ ଫିଲ୍ମ ନିର୍ମାତା ସମ୍ପୂର୍ଣ୍ଣଭାବେ ନିଜ ହାତକୁ ନେଇ ଯାଇଥିଲେ। ଗାଁକୁ ପହଞ୍ଚିବା ପାଇଁ ପକ୍କା ରାସ୍ତା ବି ତିଆରି କଲେ।

‘ଶୋଲେ’ ଶୁଟିଂ ପରେ ଏହି ଗାଁଟି ବ୍ୟାପକ ପରିଚିତି ମିଳିଗଲା। ପରେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଆଜି ବି ଏହି ଗାଁକୁ ବୁଲିବା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି ଗାଁର ଯଥେଷ୍ଟ ଉନ୍ନତିକରଣ କରିଛନ୍ତି। ଏଥିରୁ ସରକାର ବହୁ ପରିମାଣରେ ରାଜସ୍ୱ ମଧ୍ୟ ପାଉଛନ୍ତି।

ତେବେ ‘ଶୋଲେ’ ଫିଲ୍ମର ଶୁଟିଂ ସରିଗଲା ପରେ ଫିଲ୍ମର ନିର୍ମାତା ରମେଶ ସିପ୍ପିଙ୍କ ସମ୍ମାନର୍ଥେ ‘ରାମନଗରମ’ ଗାଁ ଲୋକେ ଖଣ୍ଡେ ଅଞ୍ଚଳକୁ ‘ସିପ୍ପି ନଗର’ ନାମରେ ନାମିତ କରିଥିଲେ।

‘ଶୋଲେ’ର ଶୁଟିଂ ୧୯୭୩ରୁ ୧୯୭୫ ମଧ୍ୟରେ ହୋଇଥିଲା। ଏହି ରାମଗଡ଼ ଗାଁର ଶୁଟିଂ ସେଟ୍‌ ନିର୍ମାଣ ପାଇଁ ସେତେଳେ ବହୁ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜିବି ଠାକୁର୍‌ଙ୍କ ଗାଁ ରାମଗଡ଼ ଏବଂ ଗବ୍ବରଙ୍କ ଇଲାକାକୁ ବୁଲିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି।



from OdishaReporter https://ift.tt/2P9cGDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages