
ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାର୍ଯ୍ୟରେ ବ୍ୟବହୃତ ହୁଏ। ଗାଈ କ୍ଷୀର, ଘିଅ, ଦହି, ମହୁ ଓ ତୁଳସୀ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ନେଇ ପଞ୍ଚାମୃତ ପ୍ରସ୍ତୁତ ହୋଇଥାଏ। ପଞ୍ଚାମୃତର ମହତ୍ତ୍ଵ ପଞ୍ଚଗବ୍ୟ ସହ ସମାନ ବୋଲି ବିଶ୍ଵାସ ରହିଛି।
ଏଥିରେ କ୍ଷୀର, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ ତୁଲ୍ୟ ହୋଇଥାଏ। ପଞ୍ଚାମୃତ ସକାରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ।
ପଞ୍ଚାମୃତ: ଜାଣିବା କଥା
୧. ସୂର୍ଯ୍ୟାସ୍ତ ପରେ ପଞ୍ଚାମୃତର ସେବନ କରନ୍ତୁ
୨. ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ପଞ୍ଚାମୃତ ସେବନ କରନ୍ତୁ
୩. ପଞ୍ଚାମୃତରେ ସବୁବେଳେ ଗାଈ କ୍ଷୀର ବ୍ୟବହାର କରନ୍ତୁ
୪. ଶେଷରେ ତୁଳସୀ ପତ୍ର ପକାନ୍ତୁ
ପଞ୍ଚାମୃତ ଗ୍ରହଣ କରିବାର ନିୟମ
୧. ପଞ୍ଚାମୃତକୁ ଦୁଇ ହାତ ଯୋଡ଼ି ସେବନ କରନ୍ତୁ
୨. ପଞ୍ଚାମୃତକୁ ତଳେ ପଡ଼ିବାକୁ ଦିଅନ୍ତୁ ନାହିଁ
from OdishaReporter https://ift.tt/2MKasZy
No comments:
Post a Comment