ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଅଜିତ ୱାଡେକରଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଅଜିତ ୱାଡେକରଙ୍କ ପରଲୋକ

ajit-wadekar

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଅଜିତ ୱାଡେକରଙ୍କ ୭୭ ବର୍ଷ ବୟସରେ ମୁମ୍ବାଇର ଜସ୍‌ଲୋକ୍‌ରେ ପରଲୋକ ଘଟିଛି। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସଫଳ ଅଧିନାୟକଙ୍କ ମଧ୍ୟରେ ତାଙ୍କୁ ଗଣତି କରାଯାଇଥାଏ।

୧୯୪୧, ଏପ୍ରିଲ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଏହି ମହାନ କ୍ରିକେଟ୍‌ର ଦେଶ ପାଇଁ ୧୯୬୬ରୁ ୧୯୭୪ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିଲେ। ୧୯୫୮ରେ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ।ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ଭାରତୀୟ କ୍ରିକେଟ୍‌ରେ ଅଜିତ ୱାଡେକରଙ୍କ ଅବଦାନକୁ ସବୁଦିନ ମନେ ପକାଯିବ। ସେ ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଓ ଭଲ ଅଧିନାୟକ ଥିଲେ। ସେ ଆମ ଟିମ୍‌ର ନେତୃତ୍ୱ ନେଇ ଆମ କ୍ରିକେଟ୍‌ ଇତିହାସକୁ ସ୍ମରଣୀୟ କରିଛନ୍ତି। ଜଣେ ପ୍ରଭାବଶାଳୀ କ୍ରିକେଟ୍‌ ପ୍ରଶାସକ ଭାବେ ମଧ୍ୟ ତାଙ୍କର ବହୁତ ଯୋଗଦାନ ରହିଛି। ତାଙ୍କ ପରଲୋକ ଗଭୀର ଦୁଃଖ ଦେଇଛି।”



from OdishaReporter https://ift.tt/2PdFpqF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages