
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ନିଆଁରେ ଆଜି ଘିଅ ଢାଳିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ଆନନ୍ଦ ଶର୍ମା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍ ନେତା ଆନନ୍ଦ ଶର୍ମା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ ମତରେ ଓଡ଼ିଶାରେ ଉଭୟ ଦଳ ମଧ୍ୟରେ ଯେଉଁ ଲଢେଇ ଚାଲିଛି ତାହା କେବେଳ ଲୋକ ଦେଖାଣିଆ। ପ୍ରକୃତରେ ଏଠାରେ ମ୍ୟାଚ୍ ଫିକ୍ସିଂ ହୋଇସାରିଛି।
ଶ୍ରୀ ଶର୍ମା କହିଛନ୍ତି, ନବୀନଙ୍କ ଉପରେ ଚାପ ପକାଇ ବିଜେଡିକୁ ନୂଆ ସମୀକରଣ ଆଡକୁ ବିଜେପି ଟାଣୁଛି । ଏହାଛଡ଼ା ଉଭୟ ଉଭୟଙ୍କୁ ସହଯୋଗ କରୁଥିବା କହି ଏହା ପଛର କାରଣ ବି ଦର୍ଶାଇଛନ୍ତି ଆନନ୍ଦ।
ଯୁକ୍ତି ଦର୍ଶାଇ କହିଛନ୍ତି, ୨୦୧୯ ନିର୍ବାଚନରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ଅଧିକ ସିଟ୍ ମିଳିବ ନାହିଁ। ତେଣୁ ଦିଲ୍ଲୀରେ ସରକାର ଗଠନ ପାଇଁ ଆବଶ୍ୟକ ପଡିଲେ ବିଜେପି, ବିଜେଡିର ସହଯୋଗ ଲୋଡ଼ିପାରେ।
from OdishaReporter https://ift.tt/2nyL2TL
No comments:
Post a Comment