
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନ ଆସିଗଲେ ଘର ଚିନ୍ତା ବଢ଼ିଯାଇଥାଏ। ଯୁଆଡ଼େ ଯିବେ ପାଣିକାଦୁଅ ପଚରପଚର। ବର୍ଷାରେ ଭିଜି ହାଲ୍ ବେହାଲ୍ ହୋଇଯାଇଥାଏ। ଏହାସହ ବର୍ଷା ଦିନର ବଡ଼ ସମସ୍ୟା ହେବା ଘର ଦୁର୍ଗନ୍ଧ।
ଏପରି ସ୍ଥିତିରେ ଘରେ ରହିବାକୁ ଇଚ୍ଛା ହୋଇ ନଥାଏ। ଅସନ୍ତୁ ଜାଣିବା ବର୍ଷାଦିନେ ଘରେ ହେଉଥିବା ଦୁର୍ଗନ୍ଧ କିପରି ଦୂର ହେବ।
୧. ବର୍ଷା ଦିନରେ ଲୁଗାପଟା ଭଲ ଭାବେ ଶୁଖି ନଥାଏ। ଫଳରେ ଲୁଗାପଟାରୁ ଗନ୍ଧ ବାହାରିଥାଏ। ଏକ ପାତ୍ରରେ କିଛି କଫି ନେଇ ଆଲମିରାରେ ରଖି ଦିଅନ୍ତୁ। ଦେଖିବେ ଦୁର୍ଗନ୍ଧ ପଳାଇବ।
୨. ସୂର୍ଯ୍ୟକିରଣ ପଡୁ ନଥିବା ସ୍ଥାନରୁ ଅଧିକ ଦୁର୍ଗନ୍ଧ ଆସିଥାଏ। ଏହାକୁ ଦୂର କରିବା ପାଇଁ ହାଇଡ୍ରୋଜେନ୍ ପେରକ୍ସାଇଡ୍କୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ ଓ ଘରର ସେହି ସବୁ ସ୍ଥାନରେ ପକାନ୍ତୁ। ଦେଖିବେ କିଛି ସମୟ ଭିତରେ ଦୁର୍ଗନ୍ଧ ଦୂରେଇ ଯିବ।
୩. ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ଓ ବେକିଂ ସୋଢ଼ା ମଧ୍ୟ ଭଲ କାମ ଦେଇଥାଏ। ଭିନେଗାରକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରୁମ୍ ଫ୍ରେସ୍ନର ଭାବେ ବ୍ୟବହାର କରିପାରିବେ।
୪. ଯଦି ଆପଣ ବଜାରରେ ମିଳୁଥିବା ଆର୍ଟିଫିସିଆଲ୍ ରୁମ୍ ଫ୍ରେସନର ବ୍ୟବହାର କରୁଛନ୍ତି ତେବେ ଥରେ କର୍ପୂର ମଧ୍ୟ ବ୍ୟବହାର କରି ଦେଖନ୍ତୁ। ଏହା ଘରେ ଏକ ପ୍ରକାରର ସୁଗନ୍ଧ ଭରିଦେଇଥାଏ। ଘରର ଏକ କୋଣରେ ଖୋଲା ଜାଗାରେ ଦୀପରେ କର୍ପୂର ଜାଳନ୍ତୁ। ଦେଖିବେ କିଛି ସମୟ ଭିତରେ କର୍ପୂର କେମିତି ପୂରା ଘରେ ସୁଗନ୍ଧ ଭରିଦେବ।
୫. ଲେମନ୍ ଗ୍ରାସ୍ କିମ୍ବା ଲାଭେଣ୍ଡର ତେଲକୁ ପାଣିରେ ମିଶାଇ ରୁମ୍ ଫ୍ରେସନର୍ ଭାବେ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ଦୂରେଇଯିବ।
from OdishaReporter https://ift.tt/2P3mG0X
No comments:
Post a Comment