କାର ଇଂଜିନ୍‌ ଭିତରେ ଥିଲା ଏମିତି କିଛି, ଦେଖିଲା ପରେ ଉଡ଼ିଗଲା ସମସ୍ତଙ୍କ ହୋସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

କାର ଇଂଜିନ୍‌ ଭିତରେ ଥିଲା ଏମିତି କିଛି, ଦେଖିଲା ପରେ ଉଡ଼ିଗଲା ସମସ୍ତଙ୍କ ହୋସ୍‌

usa

ୱିସ୍‌କନ୍‌ସିନ୍‌: ଆମେରିକାର ଜଣେ ମହିଳାଙ୍କ କାର ଇଂଜିନ୍‌ରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଏହାର ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି।

ଗତ ବୁଧବାର ମହିଳା ଜଣଙ୍କ କାର୍‌ ଚଲାଇବା ବେଳେ ସମସ୍ୟା ଦେଖା ଦେଇଥିଲା। ଏହାପରେ ସେ କାର୍‌ ରଖି ଇଂଜିନ୍‌ରେ କ’ଣ ସମସ୍ୟା ହୋଇଛି ଦେଖିବାକୁ ହୁଡ଼ ଟେକିଥିଲେ। ହୁଡ ଟେକିବା ପରେ ସେ ଭୟରେ ଥରି ଯାଇଥିଲେ। କାରଣ ଏକ ବିରାଟକାୟ ଅଜଗର ତାଙ୍କ କାର ଇଂଜିନ୍‌ରେ ଭିତରେ ଥିଲା।

ଏହାପରେ ସେ ପୁଲିସ୍‌କୁ ଡକାଇଥିଲେ। ଓମ୍‌ରୋ ପୁଲିସ୍‌ ଅଫିସର୍‌ ପିଟର୍‌ ଏବଂ ୱିନିକୋନ୍‌ ପୁଲିସ୍‌ ଅଫିସର୍‌ ଲେଫ୍ଟନାଣ୍ଟ ସୌରିଓ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଏହାପରେ ସେମାନେ ଷ୍ଟେଭ୍‌ କେଲର୍‌ ନାମକ ଜଣେ ସାପ ଧରାଳିଙ୍କୁ ଡକାଇଥିଲେ। କେଲର୍‌ ଆସି କାର ଇଂଜିନ ଭିତରୁ ୪ ଫୁଟ୍‌ର ସାପଟିକୁ ବାହାର କରିଥିଲେ।

ସାପଟି ବଲ୍‌ ପାଇଥନ୍‌ ପ୍ରଜାତିର ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଏହାର ଫଟୋ ଓମ୍‌ରୋ ପୁଲିସ୍‌ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ୨୦୦୦ ଥର ଶେୟାର ହୋଇସାରିଛି। ଏଥିରେ ବହୁତ କମେଣ୍ଟସ୍‌ ମଧ୍ୟ ଆସୁଛି।

ଜଣେ ଫେସ୍‌ବୁକ୍‌ ୟୁଜର୍‌ କମେଣ୍ଟ ଦେଇ ଲେଖିଛନ୍ତି, “ଓହଃ ମାଇଁ ଗଡ ! ମୁଁ କେବେ ବି କାର୍‌ର ହୁଡ ଖୋଲିବି ନାହିଁ।”

ଆଉ ଜଣେ ୟୁଜର୍‌ କମେଣ୍ଟସ୍‌ ଦେଇ ଲେଖିଛନ୍ତି, “ଏହା ଏକ ଭଲ କଥା, ଜଣେ ଲୋକ ଆଉ ଜଣେ ଲୋକକୁ ସାହାଯ୍ୟ କଲା। ଏହାସହ ସାପଟିକୁ ମଧ୍ୟ ସାହାଯ୍ୟ କଲା।”

ସ୍ଥାନୀୟ ରିପୋର୍ଟ ଅନୁସାରେ ସାପଟିକୁ ସୁରକ୍ଷିତ ରଖାଯାଇଛି। ସାପଟିକୁ ଜଣେ ବେଆଇନ୍‌ ଭାବେ ରଖିଥିଲେ। କୌଣସି ମତେ ସାପଟି ଖସି ଆସି ମହିଳାଙ୍କ କାର୍‌ ଇଂଜିନ ମଧ୍ୟରେ ପଶି ଯାଇଥିଲା। ଓମ୍‌ରୋରେ ବିଦେଶୀ ପ୍ରାଣୀଙ୍କୁ ଘରେ ପାଳିବା ବେଆଇନ୍‌ ହୋଇଥିବାରୁ ସାପଟିକୁ ତା’ଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇ ନଥିବା ପୁଲିସ୍‌ କହିଛି।



from Odisha Reporter https://ift.tt/2wrC134

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages