
ଥିରୁଅନନ୍ତପୁରମ୍: କେରଳରେ ବର୍ଷା କମିଥିଲେ ବି ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଏବେ ବି ବହୁ ଲୋକ ଜଳବନ୍ଦୀ ରହି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରିବାକୁ ସେନାର ଯବାନମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି।
ଆଜି ବାୟୁସେନାର ଜଣେ ଯବାନ ନିଜ ଜୀବନକୁ ବାଜି ଲଗାଇ ଫିଲ୍ମ ଷ୍ଟାଇଲରେ ଜଣେ ଶିଶୁର ଜୀବନ ବଞ୍ଚାଇଛନ୍ତି।
ଖବର ଅନୁସାରେ ଅଲପୁଝାରେ ଏକ ଘରେ ପାଣି ଭିତରେ ଶିଶୁଟିଏ ଫସି ରହିଥିବା ଖବର ଆସିଥିଲା। ଏହାପରେ ବାୟୁସେନାର ଗରୁଡ଼ ସ୍ପେଶାଲ୍ ଫୋର୍ସ ତାକୁ ବଞ୍ଚାଇବାକୁ ବାହାରି ପଡ଼ିଥିଲା।
ବାୟୁସେନାର ହେଲିକପ୍ଟର ଶିଶୁଟି ଫିସିଥିବା ଘରର ଛାତ ଉପରେ ପହଞ୍ଚିବା ପରେ ପାରସନାଥ ନାମକ ଜଣେ ଯବାନ ରଶି ସହାୟତାରେ ଝୁଲି ତଳକୁ ଓହ୍ଲାଇ ଥିଲେ। ଏହାପରେ ସେ ଶିଶୁକୁ ଉଦ୍ଧାର କରିବା ପରେ ପୁଣି ରଶିରେ ବିପଜ୍ଜନକ ଭାବେ ଓହଳି ତାକୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ।
from Odisha Reporter https://ift.tt/2PiSX4i
No comments:
Post a Comment