
ମୁମ୍ୱାଇ: ବଜାଜ୍ ଇଲେକ୍ଟ୍ରିକାଲ୍ସର ଅଧ୍ୟକ୍ଷ ଶେଖର ବଜାଜ୍ଙ୍କ ପୁଅ ଅନନ୍ତ ବଜାଜ୍ଙ୍କର ଗତକାଲି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ହୋଇଥିଲା।
ଗତକାଲି ସନ୍ଧ୍ୟା ୬ଟା ବେଳେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଅନନ୍ତ ବଜାଜ୍ ଇଲେକ୍ଟ୍ରିକାଲ୍ସରେ ପ୍ରକଳ୍ପ ସଂଯୋଜକ ଭାବେ ତାଙ୍କ କ୍ୟାରିଅର୍ର ଆରମ୍ଭ କରିଥିଲେ। ୨୦୧୨ ମସିହାରେ ଅନନ୍ତ ବଜାଜ୍ ଇଲେକ୍ଟ୍ରିକାଲ୍ସରେ ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ଭାବେ ଯୋଗ ଦେଇଥିଲେ। ତେବେ ଦୁଇ ମାସ ପୂର୍ବରୁ ତାଙ୍କୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା।
from OdishaReporter https://ift.tt/2vYPNtN
No comments:
Post a Comment